suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ମହିଳା ଟି-୨୦ ବିଶ୍ୱକପ: ଆୟରଲାଣ୍ଡକୁ ୧୫୬ ରନ୍‌ ଟାର୍ଗେଟ୍ ଦେଲା ଭାରତ 

20/02/2023 at 8:05 PM

କ୍ୟାପଟାଉନ: ଟି-୨୦ ମହିଳା ବିଶ୍ୱକପ୍‌ରେ ସୋମବାର ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଲଢ଼େଇ ହେଉଛି। ଆଜିର ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ୍ କରିଛି। ଆୟରଲାଣ୍ଡକୁ ମ୍ୟାଚ୍ ଜିତିବାକୁ ହେଲେ ୧୫୬ ରନ୍‌ର ଟାର୍ଗେଟ ପୂରା କରିବାକୁ ପଡ଼ିବ।

ଭାରତ ପକ୍ଷରୁ କେବଳ ସ୍ମୃତି ମନ୍ଧାନା ହିଁ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ସେ ମାତ୍ର ୫୬ ବଲ୍‌ରେ ସର୍ବାଧିକ ୮୭ ରନ୍ କରିଥିଲେ। ତାଙ୍କ ପଛକୁ ଶେଫାଳୀ ବର୍ମା ୨୭ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ହରମନପ୍ରୀତ କୌର ମାତ୍ର ୧୩ ରନ୍ କରିବାରେ ସଫଳ ହୋଇଥିଲେ।

ଦକ୍ଷିଣ ଆଫ୍ରିକାର ଏସ୍‌ଟି ଜର୍ଜ ପାର୍କରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପୂର୍ବଭଳି ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ଯୋଡ଼ି ବ୍ୟାଟିଂ ଜାରି ରଖିଥିବା ବେଳେ ୯.୩ ଓଭରରେ ଭାରତ ପ୍ରଥମ ୱେକେଟ୍ ହରାଇଥିଲା।

ସବୁଥର ପରି ଏଥର ବି ନିରାଶ କରିଥିଲେ ଶେଫାଳୀ ବର୍ମା। ସେ ମାତ୍ର ୨୯ ବଲ୍‌ରେ ୨୪  ରନ୍ କରି ଡିଲାନେଙ୍କ ବଲ୍‌ରେ କ୍ୟାଚ୍ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଫାଳୀ ଓ ମନ୍ଧାନଙ୍କ ମଧ୍ୟରେ ୫୭ ବଲ୍‌ରେ ୬୨ ରନ୍‌ର ପାର୍ଟନର୍‌ସିପ ହୋଇଥିଲା।

Image

ପଢ଼ନ୍ତୁ-ପୃଥ୍ୱୀ ଶ’ ସହ ମାରପିଟ୍ ଘଟଣା: ସପ୍ନା ଗିଲ୍‌ଙ୍କ ସହ ୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ କୋର୍ଟ

୧୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍ ହରାଇ ୫୩ ରନ୍ କରିପାରିଥିଲା। ଶେଫାଳୀଙ୍କ ୱିକେଟ୍ ଯିବା ପରେ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍ଟେନ୍ ହରମନ ପ୍ରୀତ କୌର। ସେ ମନ୍ଧାନାଙ୍କ ସହ ମିଶି ଦ୍ରୁତ ଗତିରେ ଦଳର ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏପଟେ ସ୍ମୃତି ମନ୍ଧାନା ଜବରଦସ୍ତ ବ୍ୟାଟିଂ କରି ମାତ୍ର ୪୦ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ୧୫ ବେଳକୁ ଭାରତ ୧ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା।

୧୬ ଓଭର ଖେଳ ବେଳକୁ ପୁଣିଥରେ ନିରାଶ କରିଥିଲେ କ୍ୟାପ୍ଟେନ୍ ହରମନ ପ୍ରୀତ କୌର। ୧୫.୫ ଓଭର ଖେଳ ବେଳେ ଦଳୀୟ ସ୍କୋର ୧୧୪ରେ ହରମନ ପ୍ରତୀଙ୍କ ୱିକେଟ ଖସିଥିଲା। ସେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ ପାଇଁ ଆସିଥିବା ରିଚା ଘୋଷ(୦) କିନ୍ତୁ ଏଥର କମାଲ ଦେଖାଇପାରି ନଥିଲେ। ସେ ଖାତା ଖୋଲିବା ପୂର୍ବରୁ ୧୬ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ।

ଏପଟେ ଦ୍ରୁତ ଗତିରେ ଦଳର ସ୍କୋର ଆଗକୁ ବଢ଼ାଇବା ଚକ୍କରେ ସ୍ମୃତି ମନ୍ଧାନା ବି ଆଉଟ୍ ହୋଇଯାଇଥିଲେ। ଦୁର୍ଭାଗ୍ୟ ବଶତଃ ଶତକରୁ ବଞ୍ଚିତ ହୋଇଥିଲେ ମନ୍ଧାନା। ୧୮.୪ ଓଭର ଖେଳ ବେଳକୁ ମନ୍ଧାନା ଆଉଟ୍ ହୋଇଥିବା ବେଳେ ସେ ମାତ୍ର ୫୭ ବଲ୍‌ରେ ଜବରଦସ୍ତ ୮୭ ରନ୍ କରିଛନ୍ତି। ଏହାପରେ ଦୀପ୍ତି ଶର୍ମା(୦), ଜେମିମା ରୋଡ୍ରିଗେଜ୍ ୧୯ ରନ୍ କରି ଆଉଟ୍ ହୋଇଥିଲେ। ୨୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୧୫୫ ରନ୍ କରିପାରିଥିଲା।   

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ରେକର୍ଡ କଲେ ହରମନ ପ୍ରୀତ କୌର

ମହିଳା ଟି-୨୦ ବିଶ୍ୱକପ୍‌ରେ ଆୟରଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ହରମନପ୍ରୀତ ସେତେଟା ଭଲ ପ୍ରଦର୍ଶନ କାରିପାରି ନାହାନ୍ତି। ସେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଛନ୍ତି। ତେବେ ଆଜିର ମ୍ୟାଚ୍‌ରେ ଖରାପ ପ୍ରଦର୍ଶ କରିଥିଲେ ବି ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍। ହରମନପ୍ରୀତ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଟି-୨୦ରେ ୩ ହଜାର ରନ୍ ପୂରା କରିଛନ୍ତି। ଏହା ପୂର୍ବରୁ କୌଣସି ବି ଭାରତୀୟ ବ୍ୟାଟର ମହିଳା ଟି-୨୦ରେ ୩ ହଜାର ରନ୍ ପୂରା କରିପାରି ନଥିଲେ। ଏପରି କରିବାରେ ହରମନପ୍ରୀତ ଭାରତରେ ପ୍ରଥମ ହୋଇଥିବା ବେଳଏ ବିଶ୍ୱରେ ସେ ଚତୁର୍ଥ ବ୍ୟାଟର ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ବୋଲିଂ

ଆଜିର ମ୍ୟାଚ୍‌ରେ ଆରମ୍ଭରୁ କଡ଼ା ବୋଲିଂ ପ୍ରଦର୍ଶନ କରିଥିଲା ଆୟରଲାଣ୍ଡ। ଭାରତୀୟ ବ୍ୟାଟରମାନଙ୍କୁ ହାତ ଖୋଲିବାକୁ ଦେଇ ନଥିଲେ ବିପକ୍ଷ ବୋଲର। ଆୟରଲାଣ୍ଡର ଘାତକ ବୋଲିଂରେ ପୂରା ମ୍ୟାଚ୍‌ରେ ଭାରତ ମାତ୍ର ୬.୪୨ ହାର କିମ୍ବା ତାଠୁ ସାମାନ୍ୟ ଅଧିକ ହାରରେ ରନ୍ ସଂଗ୍ରହ କରିଥିଲା। ମନ୍ଧାନାଙ୍କୁ ଛାଡ଼ି ଦେଲେ କୌଣସି ଖେଳାଳିଙ୍କ ପ୍ରଦର୍ଶନ ଆଖି ଦୃଶିଆ ନଥିଲା।

ଆୟରଲାଣ୍ଡଙ୍କ ଘାତ ବୋଲିଂ ଯୋଗୁ ଭାରତ ରନ ସଂଖ୍ୟା ବଢ଼ାଇପାରି ନଥିଲା। ଦଳ ପକ୍ଷରୁ ଲୌରା ଡିଲେନ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଓର୍ଲା ପ୍ରିଣ୍ଡରଗାଷ୍ଟ ୨ ୱିକେଟ୍ ନେଇଥିଲେ। ସେହିପରି ଆର୍ଲେନ୍ କେଲି ୨୮ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିପାରି ନଥିଲେ।

 

   Related Posts