ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଡବ୍ଲୁପିଏଲ ୨୦୨୩କୁ ନେଇ ବଡ଼ ଘୋଷଣା, ଜାଣନ୍ତୁ କେବେ ଏବଂ କେଉଁଠାରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

6/02/2023 at 9:25 PM

ନୂଆଦିଲ୍ଲୀ: ଆଇପିଏଲ ଆଧାରରେ ବିସିସିଆଇ ମହିଳା ପ୍ରିମିୟର ଲିଗ ଅର୍ଥାତ୍ ଡବ୍ଲୁପିଏଲର ଆୟୋଜନ କରିବାକୁ ଯାଉଛି । ଡବ୍ଲୁପିଏଲର ପ୍ରଥମ ସଂସ୍କରଣ ଚଳିତ ବର୍ଷ ଆୟୋଜନ କରାଯିବ । ଏହାରି ଭିତରେ ଆଇପିଏଲ ଚେୟାରମ୍ୟାନ ଅରୁଣ ଧୁମଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବଂ କେଉଁ କେଉଁ ସ୍ଥାନରେ ମ୍ୟାଚ ଖେଳାଯିବ ସେ ନେଇ ଘୋଷଣା କରିଛନ୍ତି ।

ଆଇପିଏଲ ଚେୟାରମ୍ୟାନ ଅରୁଣ ଧୁମଲ କହିଛନ୍ତି ଯେ ପାଞ୍ଚ ଟିମଙ୍କ ଡବ୍ଲୁପିଏଲର ପ୍ରଥମ ମାର୍ଚ୍ଚ ୪ରେ ଖେଳାଯିବ, ମାର୍ଚ୍ଚ ୨୬ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଏହାସହ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ମୁମ୍ୱାଇରେ ଖେଳାଯିବ ବୋଲି ସେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏଥିରେ ମୁମ୍ୱାଇର ଗୋଟିଏ ଟିମ ରହିଛି ।

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଚାହୁଁଛି । ଏପରି ସ୍ଥିତିରେ ଆଇପିଏଲ ୨୦୨୩ ସଂସ୍କରଣ ମାର୍ଚ୍ଚ ୨୬ ପରେ ଆରମ୍ଭ ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ଡବ୍ଲୁପିଏଲର ମେଗା ନିଲାମୀ ହୋଇ ନାହିଁ, ବର୍ତ୍ତମାନ ସୁଦ୍ଧା ଏଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ ହୋଇ ନାହିଁ ।

   Related Posts