suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ମହିଳା ଆଇପିଏଲ ମହାସମର ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ, ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

13/02/2023 at 3:10 PM

ମୁମ୍ବାଇ: ଆଇପିଏଲ ଭଳି ଖେଳାଯିବ ମହିଳା ଆଇପିଏଲ୍ । ଚଳିତ ସିଜିନ୍‌ରୁ ଆରମ୍ଭ ହେବ WPL। ଏନେଇ ସୋମବାର ଅକ୍ସନ ଆରମ୍ଭ ହୋଇଛି । ମହିଳା ପ୍ରିମିୟର ଲିଗ୍ ପାଇଁ ବିସିସିଆଇ ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛି । ଡବ୍ଲୁପିଏଲ୍ ପାଇଁ ୪୦୯ ମହିଳା କ୍ରିକେଟରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଚଳିତ ସିଜିନ୍‌ରୁ ଆରମ୍ଭ ହେବ ମହିଳା କ୍ରିକେଟ୍ ପ୍ରିମିୟର ଲିଗ୍ ।

ନିଲାମୀ ପ୍ରକ୍ରିୟାରେ ୫ ଫ୍ରାଞ୍ଚାଇସଙ୍କ ପାଖରେ ମୋଟ୍ ୯୦ଟି ସ୍ଲଟ୍ ଖାଲି ରହିଛି । WPL-2023 ଅକ୍ସନ ପାଇଁ ବିଶ୍ବର ପ୍ରାୟ ୧୫୨୫ଙ୍କ ଖେଳାଳି ପଞ୍ଜିକରଣ କରିଥିଲେ।  ଏଥିମଧ୍ୟରୁ ୪୦୯ ଖେଳାଳିଙ୍କୁ ସର୍ଟ ଲିଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୨୪୬ଜଣ ଭାରତୀୟ ରହିଥିବା ବେଳେ ୧୬୩ଜଣ ବିଦେଶୀ ଖେଳାଳି ରହିଛନ୍ତି ।

ଯେଉଁ ୪୦୯ ଖେଳାଳିଙ୍କୁ ଅକ୍ସନ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି, ସେମାନଙ୍କ ମଧ୍ୟରୁ ୨୦୨ଜଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ମ୍ୟାଚ୍ ଖେଳିଛନ୍ତି । ସେହିପରି ୧୯୯ ଖେଳାଳି ଏଯାଏଁ ଜାତୀୟ ସ୍ତରରେ ଡେଭ୍ୟୁ କରିନାହାନ୍ତି । ଡବ୍ଲୁପିଏଲ୍‌ର ପ୍ରଥମ ସଂସ୍କରଣ ୫ଟି ଟିମ୍‌କୁ ନେଇ ହେବ । ସେହିପରି ନିଲାମୀ ପ୍ରକ୍ରିୟା ପାଇଁ ଫ୍ରାଞ୍ଚାଇଜ୍ ମାନେ ନିଜର ସ୍କ୍ବାର୍ଡ ବାଛିଛନ୍ତି । ଫ୍ରାଞ୍ଚାଇଜ୍ ମାନେ ନିଜ ଟିମ୍ ସ୍କ୍ବାର୍ଡରେ ୧୫ରୁ ୧୮ ଖେଳାଳି ରଖିପାରିବେ ।  ସେହିପରି ୭୫ରୁ ୯୦ ଖେଳାଳି ପର୍ଯ୍ୟନ୍ତ ନିଲାମୀ କରିପାରବେ । ପ୍ରତି ଫ୍ରାଞ୍ଚାଇସ୍‌ ନିଜ  ସ୍କ୍ବାର୍ଡରେ ୬ଜଣ ବିଦେଶୀ ଖେଳାଳି ରଖିପାରିବେ ।

ଖେଳାଳି ନିଲାମୀ ପାଇଁ ଫ୍ରାଞ୍ଚାଇଜଙ୍କ ପାଖରେ ୧୨ କୋଟି ଟଙ୍କା ରହିବ । ଚଳିତ ଡବ୍ଲପିଏଲରେ ୬୦ କୋଟିରେ ନିଲାମ ହେବ । ପ୍ରତି ଫ୍ରାଞ୍ଚାଇଜ ୯କୋଟି ଟଙ୍କା ଖର୍ଚ୍ଚ କରିପାରିବେ  । ଡବ୍ଲୁପିଏଲରେ ୨୪ ଖେଳାଳିଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ରହିଥିବା ବେଳେ ୩୦ ଖେଳାଳିଙ୍କ ବେସ୍ ପ୍ରାଇସ୍ ୪୦ ଲକ୍ଷ ଟଙ୍କା ରହିଛି ।

   Related Posts