Womens dayରେ ମହିଳାଙ୍କୁ ମୋଦି ସରକାରଙ୍କ ବଡ ଉପହାର, ଜାଣନ୍ତୁ କ'ଣ?

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୭।୩:  ଅନ୍ତର୍ଜାତୀୟ ମହିଳା ଦିବସରେ ଦେଶର ମହିଳାଙ୍କୁ ମୋଦି ସରକାରଙ୍କ ବଡ ଉପହାର। ଏହି ଅବସରରେ ମହିଳାମାନଙ୍କୁ ଆଗରାର ତାଜମହଲ ସମେତ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂରକ୍ଷଣରେ ଥିବା ସମସ୍ତ ଐତିହାସିକ ସ୍ଥଳକୁ  ପ୍ରବେଶ ନିଶୁଳ୍କ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଶନିବାର ଏହି ଘୋଷଣା କରିଛନ୍ତି।

{"id":234436,"sizeSlug":"large"}

ପ୍ରତ୍ନତତ୍ୱ ବିଭାଗ ଅନୁସାରେ ଦେଶରେ ୩ହଜାର ୬୯୩ଟି ସ୍ମାରକ ସ୍ଥଳ ରହିଛି। ଏଥିରେ ଉତ୍ତରପ୍ରଦେଶରେ ୭୪୫ଟି ପର୍ଯ୍ୟଟନ ସ୍ଥଳ ଥିବା ବେଳେ କର୍ଣ୍ଣାଟକରେ ୫୦୬ ଓ ତାମିଲନାଡୁରେ ୪୧୩ଟି ଐତିହାସିକ ସ୍ଥଳ ରହିଛି। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରତ୍ନତତ୍ୱ ବିଭାଗ ସଂରକ୍ଷଣରେ ଅନେକ ପର୍ଯ୍ୟଟନସ୍ଥଳ ଅଛି। ଏଣୁ ୮ ମାର୍ଚ୍ଚ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ସବୁ ସ୍ଥଳମାନଙ୍କୁ ବୁଲିଯିବା ଲାଗି ମହିଳାଙ୍କ ନିମନ୍ତେ ଶୁଳ୍କମୁକ୍ତ ହୋଇଛି।

{"id":234437,"sizeSlug":"large"}

ଜାଣନ୍ତୁ କିପରି ସୃଷ୍ଟି ହୋଇଥିଲା ମହିଳା ଦିବସ
ଏକ ଶ୍ରମିକ ଆନ୍ଦୋଳନ ହିଁ ଥିଲା ବିଶ୍ୱ ମହିଳା ଦିବସ ସୃଷ୍ଟିର ମୂଳ କାରଣ। ୧୯୦୮ ମସିହାରେ ଆମେରିକା ନ୍ୟୁୟର୍କ ସହରର ମହିଳାମାନେ ଏକ ବିରୋଧ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଯେଉଁଥରେ ୧୫ ହଜାର ମହିଳା ଯୋଗଦେଇଥିବା ବେଳେ କାର୍ଯ୍ୟଘଣ୍ଟା ହ୍ରାସ, ଉତ୍ତମ ବେତନ ଓ ଭୋଟଦାନର ଅଧିକାର ଆଦି ଦାବି କରିଥିଲେ। ସୋସିଆଲିଷ୍ଟ ପାର୍ଟି ଅଫ ଆମେରିକା ଏହି ଦିନଟିକୁ ଦେଶରେ ମହିଳା ଦିବସ ଘୋଷଣା କରିଥିଲେ। ତେବେ ଏହାକୁ ଅନ୍ତର୍ଜାତୀୟ ଦିବସର ପରିକଳ୍ପନା କରିଥିଲେ ଜର୍ମାନୀ ଆକ୍ଟିଭିଷ୍ଟ କ୍ଲାରା ଜେଟକିନ୍।

{"id":234439,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.