Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷର ଥିମ୍ ରହିଛି ଏମ୍ୱାରେସ୍ ଇକ୍ୟୁଟି

8/03/2023 at 8:17 AM

ଭୁବନେଶ୍ୱର ୦୮/୦୩: ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ ।

ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । କିଛି କିଛି କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରିବା ସହ ସାଜସଜ୍ଜା ବି ହୋଇଥାଏ ।

ସୂଚନା ଥାଉକି, ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ । ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା ।

୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।

୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀଣ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର ।

ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକିି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।

   Related Posts