ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି, ଆପୋଷ ସମାଧାନ କଲା ପୋଲିସ୍‌

Published By : Prameya-News7 Bureau | October 12, 2022 IST

ପୁରୁଷୋତ୍ତମପୁର, ୧୨/୧୦: ପୁରୁଷୋତ୍ତମପୁର ବ୍ଲକ ଭାଟ କୁମାରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା କର୍ମଚାରୀ ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ହାତାହାତି ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏପରି ଘଟଣା ପୁରୁଷୋତ୍ତମପୁର, ବ୍ରହ୍ମପୁର ମୁଖ୍ୟ ରାସ୍ତାର ବାଇଧର ମନ୍ଦିର ପାଖରେ ଘଟିଛି । ଏହି ଘଟଣାରେ ପୁଅ ଘର ଓ ଝିଅର ସ୍ୱାମୀ ଏବଂ ପରିବାର ଆସି ବିଚ୍‌ ରାସ୍ତାରେ ପାଟିତୁଣ୍ଡ ସହ ହଣା କଟା ପର୍ଯ୍ୟନ୍ତ ହୋଇ ଥିବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ମହିଳା କର୍ମଚାରୀ ଜଣଙ୍କ କାନ୍ଦୁ ଥିବାର ମଧ୍ୟ ଭିଡିଓରେ ଦେଖାଯାଇଛି ।

ତେବେ ଏହା ସ୍କୁଲର କୌଣସି କାମକୁ ନେଇ ଦୁଇକର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ପରେ ତାହା ଆଜି ଉଗ୍ରରୂପ ନେଇଥିଲା । କିଛି ଲୋକଙ୍କ ହସ୍ତକ୍ଷେପ ପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଡ଼ାକି ଥିଲା । ଏହା ଗୋଟିଏ ଛୋଟିଆ କଥାରୁ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ଆପୋଷ ସମାଧାନ କରି ଛାଡି ଦେଇଥିଲା । ବିଦ୍ୟାଳୟର ଅଧକ୍ଷଙ୍କୁ ପଚାରିବାରୁ ତାହା ସେମାନଙ୍କର ନିଜସ୍ୱ କଳି ଆମେ ସେଥିରେ ମଧ୍ୟସ୍ତ କରିବାର ନାହିଁ ବୋଲି କହିଥିଲେ । ଦୁଇଜଣ ଯାକ ଚୁକ୍ତି ଭିତ୍ତିକ ଭାବରେ ରହିଛନ୍ତି । ଏହି ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନୋଟିସ କରିବେ ବୋଲି ଅଧ୍ୟକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.