ଅବିବାହିତ ମହିଳାଙ୍କ ପାଇଁ ଖୁସିର ଖବର । ଆପଣ ଯଦି କୌଣସି କଂପାନୀରେ କାମ କରୁଛନ୍ତି, ତା ହେଲେ ଆପଣଙ୍କୁ ମିଳିବ ବାର୍ଷିକ ଆଉକିଛି ନୂଆ ଛୁଟି । ତା ଆଉ ଅନ୍ୟ କୌଣସି କାମ ପାଇଁ ନୁହେଁ , କେବଳ ଡ଼େଟିଂ କରିବାକୁ । କଂପାନୀମାନେ ମହିଳା ଅବିବାହିତା କର୍ମଚାରୀଙ୍କର କାର୍ଯ୍ୟଦକ୍ଷତା ବଢ଼ାଇବାକୁ ଚୀନର କିଛି କଂପାନୀ ଏହିଭଳି ପଦକ୍ଷେପ ନେଇଥିବା ଜଣାଯାଇଛି ।
{"id":78479}ଚୀନରେ ମଧ୍ୟବିତ୍ତ ପରିବାରର ଝିଅମାନେ କ୍ୟାରିୟର କିମ୍ବା ଅର୍ଥନୈତିକ ଅସୁବିଧା ପାଇଁ ବିବାହ ଉପଯୁକ୍ତ ସମୟ ମଧ୍ୟରେ କରି ନଥାନ୍ତି । ବିଶେଷକରି ଝିଅମାନେ ୩୦ ବର୍ଷ ଅତିକ୍ରମ କଲାପରେ ବିବାହ ପାଇଁ ମନ ବଳାଇ ନଥାନ୍ତି । କିନ୍ତୁ ୩୦ ବର୍ଷ ଅତିକ୍ରମ କରିଥିବା ଅବିବାହିତ ଝିଅମାନେ ମାନସିକଭାବେ ସନ୍ତୁଷ୍ଟ ନ ଥାନ୍ତି । ନିଜର ଯୌନଜୀବନର ସୁସ୍ଥତା ଅନୁଭବ କରି ନଥାନ୍ତି । ଫଳରେ କୌଣସି କାମ ପ୍ରତି ସ୍ଵାଭାବିକ କମ୍ ଆଗ୍ରହ ଆସିଥାଏ ।
{"id":78480}ଚୀନରେ ୨୦କୋଟିରୁ ଉର୍ଦ୍ଧ୍ଵ ଅବିବାହିତ ବିଭିନ୍ନ ଅଫିସରେ କାମ କରୁଥିବା ଦେଖାଯାଇଛି । ଚୀନର କିଛି କଂପାନୀ ଏହି ପରିସଂଖ୍ୟାନକୁ ଆଖିଆଗରେ ରଖି ଏହି ଲିଭ୍ ପାଇଁ ଯୋଜନା କରିଛନ୍ତି ।
{"id":78481}୩୦ ବର୍ଷରୁ ଅଧିକ ଅବିବାହିତା ମହିଳାଂକୁ ଯୋନତୃପ୍ତି ଭଲଭାବରେ ମିଳି ନଥାଏ । ଫଳରେ ଚିଡ଼ଚିଡ଼୍ ଲାଗିବା, ଆଳସ୍ୟତା ଅନୁଭବ କରିବା, କୌଣସି କାମପ୍ରତି ଆଗ୍ରହ ପ୍ରକାଶ ନ ପାଇବା, ବିଶେଷକରି ମାସିକଧର୍ମର ପରବର୍ତ୍ତୀ ସମୟରେ ନିଜକୁ ଅସହାୟ ମନେକରି ବିଷାଦଗ୍ରସ୍ତ ହେବା ,ଆତ୍ମହତ୍ୟା ପ୍ରବଣତାହେବା ଆଦି ଲକ୍ଷଣ ଅନେକଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଫଳରେ ଏହିସବୁ ଲକ୍ଷଣ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ ।
{"id":78482}ମହିଳାମାନେ ନିଜ କର୍ମସ୍ଥାନରେ ନିଜର ଚାକିରି ବଂଚେଇବାକୁ ମଧ୍ୟ ଅଣନିଶ୍ଵାସୀ ହୋଇପଡ଼ିଥାନ୍ତି । ପ୍ରତ୍ୟେକଦିନ ଅଫିସଯିବା, କାର୍ଯ୍ୟଭାର ଅଧିକନେବା ଆଦି ଅନେକ ସମୟରେ ନିସଙ୍ଗ ନିସଙ୍ଗ ଲାଗିଥାଏ । ବିଶେଷକରି ଅବିବାହିତ ମହିଳାମାନେ ବେଶୀ ନିସଙ୍ଗତା ଅନୁଭବ କରିଥାନ୍ତି । ଜୀବନର ମଧୁରତାକୁ ଅନୁଭବ କରିପାରି ନଥାନ୍ତି ।
{"id":78483}ଏହିସବୁ କଥାକୁ ଆଖିଆଗରେ ଅବିବାହିତା ମହିଳାଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବାକୁ ଚାଇନାର ଏକ ସ୍କୁଲ ‘ଡ଼େଟିଂ ଲିଭ’ ଆରମ୍ଭ କରିଥିଲା । ତା ପରେ କିଛି କଂପାନୀ ମଧ୍ୟ ଏହି ଲିଭର ପ୍ରଚଳନ କରିଛନ୍ତି ।
{"id":78484}ଏହି ଲିଭ ନେଇ ଅବିବାହିତା ମହିଳାମାନେ ନିଜର ପୁରୁଷବନ୍ଧୁଙ୍କ ସହ ମନଖୋଲା ସମୟ ବିତାଇପାରିବେ । ଏଥିପାଇଁ କାମକରୁଥିବା ସଂସ୍ଥା ମଧ୍ୟ ଦରମା କିମ୍ବା ଅନ୍ୟାନ ଆନୁଷଙ୍ଗିକ ସୁବିଧାରୁ ବଂଚିତ କରିବ ନାହିଁ । ଡ଼େଟିଂ ଲିଭ ସମୟରେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଲେ ମାର୍ଟିନିଟି ଲିଭ ମଧ୍ୟ ମିଳିପାରିବ ବୋଲି କିଛି କଂପାନୀ ସ୍ଫଷ୍ଟ କରିଛନ୍ତି ।