ସମବାୟ ବ୍ୟାଙ୍କରେ ଋଣ ପାଇଁ ଅଧରାତି ଯାଏଁ ମହିଳାମାନଙ୍କୁ ବସିବାକୁ ପଡୁଛି ହେଲେ ବି ମିଳୁନି ଋଣ

Published By : Prameya-News7 Bureau | October 02, 2018 IST

ଚୌଦ୍ୱାର ୨/୧୦ : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ଭାଗ ଚାଷୀମାନଙ୍କୁ ଦିଆଯାଉଥିବା କୃଷି ଋଣ ପାଇଁ ହଟହଟା ହେବାକୁ ପଡୁଛି । ଚୌଦ୍ୱାରରେ ଥିବା କଟକ କ୍ରେଡିଟ ସମବାୟ ବ୍ୟାଙ୍କରେ ରାତି ଅଧ ଯାଇଁ ମହିଳା ମାନଙ୍କୁ ଅଟକାଯାଇ ଋଣ ଦିଆଯାଉଥିବାର ଦେଖାଯାଇଛି । ବ୍ଲକର ସଙ୍କରପୁର, ମଙ୍ଗରାଜପୁର, ବ୍ରହ୍ମପୁର, ମହୀସଲାଣ୍ଡ, ବଦାସମାନ୍ତପୁର ପଂଚାୟତର ୩୨୫ ଟି ଜାଗାରର ସଭ୍ୟାମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏକ କୋଟି ୬୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବାକୁ ସରକାରୀ ମଞ୍ଜୁରୀ ମିଳିଛି । ଅଥଚ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଋଣ ପ୍ରଦାନ କରିବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଅନେକ ମହିଳା । ଗତ ୩ ଦିନ ଧରି ସେମାନେ ସକାଳୁ ବ୍ୟାଙ୍କକୁ ଆସୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳାମାନଙ୍କୁ ବସାଇ ରଖୁଛନ୍ତି । ଏ ବିଷୟରେ ବ୍ୟାଙ୍କ ମ୍ୟାନେଜର ସ୍ୱୀକାର କରୁଥିବା ବେଳେ ମଙ୍ଗରାଜପୁର ସମବାୟ ସମିତିର ସମ୍ପାଦକ କିନ୍ତୁ ଏହାକୁ ମାନିବାକୁ ନାରାଜ ।ନିଉଜ7 ପ୍ରତିନିଧି ଏ ବିଷୟରେ ଖୋଳତାଡ଼ କରିବାରୁ ବ୍ୟାଙ୍କ କର୍ତୃପକ୍ଷ ବ୍ୟାଙ୍କ ବନ୍ଦ କରି ପଳାଇଥିଲେ । ଦୂରଦୂରାନ୍ତରୁ ଆସୁଥିବା ମହିଳାମାନଙ୍କୁ ଏଭଳି ବିଳମ୍ବିତ ରାତି ଯାଇଁ ଅଟକାଇ ରଖିବାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.