ଗୁହାଳ ଉଚ୍ଛେଦ ପ୍ରତିବାଦରେ ଏନଏସି ଅଫିସରେ ମହିଳାଙ୍କ ଭଙ୍ଗାରୁଜା, ଅଟକ ରଖିଲା ପୋଲିସ

Published By : Prameya-News7 Bureau | March 04, 2021 IST

ଖଲ୍ଲିକୋଟ ୪।୩: ଗଞ୍ଜାମ ଏନଏସି କାର୍ଯ୍ୟାଳୟରେ ବିଭିନ୍ନ ଆସବାପତ୍ର ଭଙ୍ଗାରୁଜା କଲେ ମହିଳା । ଉଲ୍ଲେଖଯୋଗ୍ୟ ଯେ, ଏନଏସି ପକ୍ଷରୁ ୫ ନମ୍ବର ୱାର୍ଡରେ ବଜାର ହରିଜନ ସାହିରେ ବେଆଇନ ଭାବେ ଗଢି ଉଠିଥିବା ଗୁହାଳକୁ ଗୁରୁବାର ଉଚ୍ଛେଦ କରାଯାଇଥିଲା । ଏହାକୁ ବିରୋଧ କରି ମହିଳାମାନେ ଏନଏସି ଅଫିସକୁ ଆସି ବିଭିନ୍ନ ଆସବାବପତ୍ର ଭାଙ୍ଗିବା ସହ ପାଟିତୁଣ୍ଡ କରିଥିଲେ । ଖବର ପାଇ ଗଞ୍ଜାମ ପୋଲିସ ପହଞ୍ଚି କିଛି ମହିଳାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.