oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଲିମ୍ପିକ୍ସରେ ମହିଳା ସନ୍ତରଣକାରୀଙ୍କ ବିଶ୍ୱ ରେକର୍ଡ, ଜିତିଲେ ୭ଟି ମେଡାଲ୍‌

2/08/2021 at 6:37 AM

ଟୋକିଓ: ଟୋକିଓ ଅଲିମ୍ପିକ୍ସକୁ ନେଇ ସମସ୍ତ କ୍ରୀଡ଼ାବିତ୍‌ ଆଶାବାଦୀ ଥାନ୍ତି ଯେ, ସେମାନଙ୍କୁ ଅତିକମ୍‌ରେ ଗୋଟିଏ ମେଡାଲ୍‌ ବା ପଦକ ମିଳିଯାଉ । କିନ୍ତୁ କେହି କ୍ରିଡ଼ାବିତ୍‌ ଭାବି ନଥିବେ ଯେ ତାଙ୍କୁ ଗୋଟିଏ ନୁହେଁ ସାତୋଟି ପଦକ ମିଳିବ । ସେ ପୁଣି ସାରା ବିଶ୍ୱର ଖେଳାଳିଙ୍କୁ ପଛରେ ପକାଇ । ଏପରି ଜଣେ କ୍ରୀଡ଼ାବିତ୍‌ ବିଶ୍ବ କ୍ରୀଡ଼ା ମହାକୁମ୍ଭରେ ଧମାଲ କରି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ଗୋଟିଏ କି ଦୁଇଟି ନୁହେଁ ୭ଟି ମେଡାଲ ଜିତି ରଚିଛନ୍ତି ଇତିହାସ। ପ୍ରଥମ ମହିଳା ସନ୍ତରଣକାରୀ ଭାବେ ଅଲିମ୍ପିକ୍ସରେ ଜିତିଛନ୍ତି ୭ଟି ପଦକ। ଅଲିମ୍ପିକ୍ସରେ ନିଆରା ରେକର୍ଡ କରିଥିବା ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ ଏମ୍ମା ମେକକାନ୍‌ ଏବେ ସବୁଠି ଚର୍ଚ୍ଚାରେ।

ଚାଲିଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଟୋକିଓ ଟକ୍କରରେ ଖେଳାଳି କରୁଛନ୍ତି ଦମଦାର ପ୍ରଦର୍ଶନ। ଏସବୁ ମଧ୍ୟରେ ଧମାଲ କରିଛନ୍ତି ଅଷ୍ଟ୍ରେଲିଆ ଦଳର ମହିଳା ସନ୍ତରଣକାରୀ ଏମ୍ମା ମେକକାନ୍‌। ବିଶ୍ବର ପ୍ରଥମ ମହିଳା ଭାବେ ଏମ୍ମା ଅଲିମ୍ପିକ୍ସରେ ୭ଟି ପଦକ ନିଜ ନାମରେ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଏମ୍ମା ୪ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୭ଟି ପଦକ ନିଜ ନାମରେ କରିଛନ୍ତି ଏମ୍ମା। ଅଲିମ୍ପିକ୍ସର ସିଙ୍ଗଲସ୍‌ ଗେମରେ ସେ ୭ଟି ପଦକ ଜିତି ରଚିଛନ୍ତି ଇତିହାସ।

ଏହାପୂର୍ବରୁ ପୁରୁଷ ସନ୍ତରଣକାରୀଙ୍କ ନାମରେ ରହିଛି ଏଭଳି କାରନାମା। ହେଲେ ପ୍ରଥମ ଥର ପାଇଁ ଜଣେ ମହିଳା ସନ୍ତରଣକାରୀ ଏଭଳି ସଫଳତା ପାଇଛନ୍ତି। ପୁରୁଷ ସନ୍ତରଣକାରୀ ମାଇକଲ ଫେଲ୍ପ, ମାର୍କ ସ୍ପିଟଜ ଓ ମେଟ ବିୟୋଣ୍ଡୋ ଗୋଟିଏ ଅଲିମ୍ପିକ୍ସରେ ୭ଟି ଲେଖାଏଁ ପଦକ ଜିତିଛନ୍ତି। ଆମେରିକାର ମାଇକଲ ଫେଲ୍ପ ବିଶ୍ବର ଏକମାତ୍ର ସନ୍ତରଣକାରୀ ଖେଳାଳି ଯିଏ ଅଲିମ୍ପିକରେ ୭ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଏମ୍ମା ବିଶ୍ବର ୨ୟ ମହିଳା ଆଥଲେଟ୍‌ ଯିଏ ଅଲିମ୍ପିକ୍ସରେ ୭ଟି ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ଏଭଳି କାରନାମା ୧୯୫୨ ହେଲସିନକି ଅଲିମ୍ପିକ୍ସରେ ଦେଖିବାକୁ ମିଳିଥିଲା। ଋଷର ଜିମନାଷ୍ଟ ମାରିୟା ଗୋରୋଖୋକାୟା ଗୋଟିଏ ଅଲିମ୍ପିକ୍ସରେ ୭ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର ସନ୍ତରଣକାରୀ ଟିମ୍‌ ଶାନଦାର ପ୍ରଦର୍ଶନ କରିଛି। ଏମ୍ମା ୫୦ ମିଟର ଫ୍ରିଷ୍ଟାଇଲ୍‌ରେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ୨୩.୮୧ ସେକେଣ୍ଡରେ ପୂରଣ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ପଦକ ଜିତି ଏବେ ସାରା ବିଶ୍ବରେ ଚର୍ଚ୍ଚାରେ ଅଛନ୍ତି ଏମ୍ମା।

   Related Posts