ସହିହେଲାନି ଶାଶୂ ଘର ନିର୍ଯାତନା, ସାତ ମାସର ଛୁଆକୁ ଛାଡି ଜୀବନ ହାରିଲେ ମହିଳା

Published By : Prameya-News7 Bureau | November 16, 2023 IST

ବାରଙ୍ଗ ୧୬/୧୧: ସହି ପାରିଲେନି ଶାଶୂ ଘର ଗଞ୍ଜଣା । ସାତ ମାସର ଛୁଆକୁ ଛାଡ଼ି ମହିଳା କରିଦେଲେ ଆତ୍ମହତ୍ୟା । ନିର୍ଯାତନା ଅଭିଯୋଗ ଆଣିଲେ ପରିବାର ଲୋକେ । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସାଇନ୍ସ ପାର୍କ ବସ୍ତିରେ ଘଟିଛି ଅଭାବନୀୟ ଘଟଣା । ବେକରେ ଓଢ଼ଣି ଲଗାଇ ଜଣେ ମହିଳା ଫାନରେ ଝୁଲି ପଡ଼ିଥିବା ଜଣାପଡ଼ିଛି ।

ମହିଳାଙ୍କ ନାମ ଯାଜ୍ଞସେନୀ ଜାଲି ହୋଇଥିବା ବେଳେ ଦୁଇ ବର୍ଷ ତଳେ ସେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଂଚଳର ରାମଚନ୍ଦ୍ର ସେଠୀଙ୍କୁ ବିବାହ କରିଥିଲେ । ଶାଶୁ ଘରେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଥାନାରେ ଅଭିଯୋଗ ପରିବର୍ତ୍ତେ ଯୋଗୁଁ ଶାଶୁ ଘର ଲୋକେ ଯାଜ୍ଞସେନୀଙ୍କୁ ଦୋଷ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ ।

ଅତିଷ୍ଠ ହେବାରୁ ମହିଳା ତାଙ୍କ ବାପା ମାଆଙ୍କୁ ନିଜ ଶାଶୁଘର ଡାକି ତାଙ୍କ ଉପରେ ନିର୍ଯାତନା ହେଉଥିବା କହି ତାଙ୍କ ସହ ବାପ ଘରକୁ ଆସିଥିଲେ । କିନ୍ତୁ ଆଜି ହଠାତ୍ ଏକ ଫୋନ୍ କଲ୍ ଆସିବା ପରେ ଯାଜ୍ଞସେନୀ ଚିନ୍ତିତ ହୋଇ ପଡ଼ିଥିଲେ ପରେ ଘରେ କେହି ନଥିବା ସମୟରେ ନିଜ ସାତ ମାସର ପୁଅକୁ ବାହାରେ ଛାଡ଼ି ଘର ଭିତରେ ଓଢ଼ଣି ଲଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ ।

ଘରକୁ ବାପା ମାଆ ଓ ସମ୍ପର୍କୀୟ ମାନେ ଫେରି ଦେଖିବା ବେଳକୁ ମହିଳା ଜଣଙ୍କ ଝୁଲି ରହିଥିବା ଦେଖି ତାଙ୍କୁ କାଢ଼ିବା ସହ ପୋଲିସ୍‌କୁ ଖବର ଦେଇଥିଲେ । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣା ସ୍ଥଳେ ପହଞ୍ଚି ଶବ ଜବତ କରି ମୃତ୍ୟୁର କାରଣ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.