scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁରରେ ସାମ୍ନାକୁ ଆସିଲା ହୃଦୟଥରା ଦୃଶ୍ୟ, ନିର୍ବସ୍ତ୍ର କରି ୨ ମହିଳାଙ୍କୁ ବୁଲାଇଲେ ଲୋକେ

19/07/2023 at 11:32 PM

ଇମ୍ଫାଲ: ହିଂସାଗ୍ରସ୍ତ ପୂର୍ବୋତ୍ତର ରାଜ୍ୟ ମଣିପୁରରେ ହୃଦୟ ଥରାଇ ଦେବା ପରି ଭିଡିଓ ସାମ୍ନାକୁ ଆସିଛି। ଶତାଧିକ ଲୋକଙ୍କ ଭିଡ଼ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଉଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ଦେଖି ଲୋକେ ମର୍ମାହତ ହେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦୁଇ ମହିଳାଙ୍କୁ ସହିତ ଏକ ଖେତରେ ସାମୂହିକ ଦୁଷ୍କର୍ମ କରାଯାଇଥିବା ଏକ ଆଦିବାସୀ ସଂଗଠନ ଅଭିଯୋଗ କରିଛନ୍ତି। ଏହି ଘଟଣା ରାଜ୍ୟର ରାଜଧାନୀ ଇମ୍ଫାଲଠୁ ପାଖାପାଖି ୩୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲାରେ ଘଟିଛି।

ଅଧିକ ପଢନ୍ତୁ- ୟୁରୋପୀୟ ସଂସଦରେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରସ୍ତାବ ଆଗତ: ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଅନି ବୋଲି କହିଲା ଭାରତ

ଅଧିକାରୀ କହିଛନ୍ତି, ଏହି ଭିଡିଓ ଇଣ୍ଡିଜିନସ ଟ୍ରାଇବଲ ଫୋରମ(ଆଇଟିଏଫଏଲ) ଗୁରୁବାର ହେବାକୁ ଥିବା ପ୍ରଦର୍ଶନର ଠିକ୍ ଗୋଟିଏ ଦିନ ପୂର୍ବରୁ ଭାଇରାଲ୍ କରାଯାଇଛି। ଏହା ପଛର କାରଣ ହେଉଛି ଉକ୍ତ ସମୁଦାୟର ଦୁର୍ଦ୍ଦଶାକୁ ଉଜାଗର କରାଯାଇ ପାରିବ। ଏହି ଭିଡିଓଟି ମେ ୪ର  ହୋଇଥିବା ଆଇଟିଏଫଏଲର ମୁଖପାତ୍ର କହିଛନ୍ତି। ଭିଡିଓରେ ଲୋକମାନେ ପୀଡ଼ିତ ମହିଳାଙ୍କୁ ନଗ୍ନ କରି ବୁଲାଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଆଉ ଦୁଇ ମହିଳା ଲାଗାତାର ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି। ଅଭିଯୁକ୍ତମାନେ ଭିଡିଓକୁ ପ୍ରସ୍ତୁତ କରିବା ପରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅମାନବୀୟ ଯନ୍ତ୍ରଣା ସହିଥିବା ମହିଳାଙ୍କ ପୀଡ଼ା ଅନେକ ଗୁଣ ବଢି ଯାଇଛି। ପୋଲିସ ମାମଲାର ଖୋଳତାଡ଼ରେ ଜୁଟି ଯାଇଛି।

Manipur Violence: Nine Held In Connection With Brutal Killing Of Woman In  Imphal

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିଜ ଆଡ଼ୁ ହସ୍ତକ୍ଷେପ କରି ଘଟଣା ବିଷୟରେ ପଚାରି ବୁଝିଛନ୍ତି। ପୋଲିସ ମାମଲାରେ ଅଜଣା ବଦମାସଙ୍କ ବିରୋଧରେ ନୋଙ୍ଗପୋକ ସେକମାଇ ପିଏସରେ ଅପହରଣ, ସାମୂହିକ ବଳାତ୍କାର ଏବଂ ହତ୍ୟା ଆଦିର ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇ ଯାଇଛି। ରାଜ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଗିରଫ କରିବାକୁ ପୂରା ଉଦ୍ୟମ କରୁଥିବା କୁହାଯାଇଛି।

ଅଧିକ ପଢନ୍ତୁ- ଉତ୍ତେଜନା ବଢ଼ାଇବା ପାଇଁ କରିପାରିବେନି ସୁପ୍ରିମକୋର୍ଟର ବ୍ୟବହାର: ମଣିପୁର ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଟିପ୍ପଣୀ

ସୂଚନାଯୋଗ୍ୟ, ମଣିପୁରରେ ହିଂସା ଥମିବାର ନାଁ ନେଉ ନାହିଁ। ଏ ପର୍ଯ୍ୟନ୍ତ ୧୨୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଲୁଟପାଟ୍ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଆତଙ୍କ ଜାରି ରହିଛି। ଘାଟିରେ ସଂଖ୍ୟାବହୁଳ କୁକି ଜନଜାତି ଏବଂ ପାହାଡ଼ି ସଂଖ୍ୟା ବହୁଳ ଜନଜାତି ମଧ୍ୟରେ ଅନୁସୂଚିତ ଜନଜାତି(ଏସଟି)କୁ ମାନ୍ୟତା ଦେବା ନେଇ ସଂଘର୍ଷ ଜାରି ରହିଛି।

   Related Posts