ଅଦ୍ଭୁତ ଭିଡିଓ ଆଶ୍ଚର୍ଯ୍ୟ ଫଲୋୟର: ମହିଳା ଜଣକ ଏପରି ଭିଡିଓ କରି ମାସକୁ ୩ ଲକ୍ଷ ରୋଜଗାର କରୁଛନ୍ତି, ଖବର ପଢ଼ିଲେ ଲାଗିବ ଅଜବ

Published By : Prameya-News7 Bureau | March 30, 2021 IST

ମେକ୍ସିକୋ, ୩୦/୦୩: ଦୁନିଆରେ ବିଭିନ୍ନ ଏବଂ ଅଜବ୍‌ ପ୍ରକାରର ଉପାୟ ଖଟାଇ ଘରେ ବସି ଲୋକ ରୋଜଗାର କରୁଥିବା ଆପଣ ଦେଖିଥିବେ । ହେଲେ କେବେ ଶୁଣିଛନ୍ତି ନିଜେ ପାଡ଼ୁଥିବା ସମୟର ଭିଡିଓ ପ୍ରସ୍ତୁତ କରି କେହି ଟଙ୍କା କମେଇବା । ହଁ ଆପଣ ଠିକ୍ ପଢ଼ିଛନ୍ତି । ଜଣେ ମହିଳା ମାସକୁ ପାଖାପାଖି ୪ ହାଜର ୨ ଶହ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩ ଲକ୍ଷ ୫ ହଜାର ଟଙ୍କା ରୋଜଗାର କରୁଥିବା ଖବର ଏବେ ସାମ୍ନାକୁ ଆସିଛି ।

ଇମ୍ମା ମାର୍ଟିନ୍‌ ନାମକ ଜଣେ ୪୮ ବର୍ଷୀୟ ମହିଳା ଏପରି ଉପାୟରେ ଟଙ୍କା କାମାଉଛନ୍ତି । ସେ ୧୯୯୯ ମସିହାରୁ ଏପରି କାମ କରି ଆସୁଛନ୍ତି । ବର୍ତ୍ତମାନ ସେ ତାଙ୍କର ଭିଡିଓ ଦେଖୁଥିବା ଲୋକଙ୍କ ଠାରୁ ପ୍ରତି ମାସରେ ୪.୯୯ ଡଲାର ଚାର୍ଜ କରୁଥିବା ଜଣାପଡ଼ିଛି ।

ସେ ଏଥିପାଇଁ ବହୁ ପରିମାଣରେ ସାଲାଡ୍‌, ଶତାବରୀ ଜାତୀୟ ଉଦ୍ଭିଦ ଏବଂ ଆଭୋକାଡୋ ନାମକ ଫଳ ଖାଇଥିାନ୍ତି । ଏଥିସହିତ ମେକ୍ସିକାନ୍‌ ଫଳ ସବୁ ସେ ଖାଇଥାନ୍ତି । କୋଲେସଲା ଏବଂ ପାକ ବାଇଗଣକୁ ସେ ମିଶାଇ ଖାଇଥାନ୍ତି ବୋଲି ଇମ୍ମା କହିଛନ୍ତି ।

ଇମ୍ମା ଏନେଇ କହିଛନ୍ତି ଯେ, କେବଳ ତାଙ୍କ ପରିବାର ସଦସ୍ୟ ନଥିଲା ବେଳେ ସେ ଏହି ଭିଡିଓକୁ ରେକର୍ଡ କରିଥାନ୍ତି । ତାଙ୍କ ସ୍ୱାମୀଙ୍କୁ ଏହି କଥା ଜଣାଥିବା ସେ କହିଛନ୍ତି । ପରିବାରର ଆଉ କାହାକୁ ଏ ବିଷୟରେ ଜଣାନଥିବା ବେଳେ ସେମାନେ ଜାଣିବାପରେ ଅନୁମତି ଦେବେ ନାହିଁ ବୋଲି ସେ ଆଶଙ୍କା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.