ମାଲବାହୀ ଟ୍ରେନ୍ ଚଳାଇଲେ ମହିଳା

Published By : Prameya-News7 Bureau | March 08, 2020 IST

ଖୋର୍ଦ୍ଧା ୮।୩: ମହିଳା ଦିବସରେ ଉପଲକ୍ଷେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ମହିଳାମାନେ ସବୁ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଛନ୍ତି ଏହାକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ ପକ୍ଷରୁ ଏକ ମାଲବାହୀ ଟ୍ରେନକୁ ମହିଳାମାନେ ଚଳାଇଛନ୍ତି ।

{"id":234858,"sizeSlug":"large"}

ଖୋର୍ଦ୍ଧା ରୋଡ୍ ଠାରୁ ପଲାସା ପର୍ଯ୍ୟନ୍ତ ଚଳାଇ ନେଇଛନ୍ତି ୩ ଜଣ ମହିଳା । ଗତ ୬ ତାରିଖ ଦିନ ଏହି ଟ୍ରେନଟି ଖୋର୍ଦ୍ଧା ରୋଡରୁ ଛାଡିଥିଲା । ଗତକାଲି ରାତିରେ ଫେରିଛି । ମାଲବାହୀ ଟ୍ରେନ୍ ର ଲୋକ ପାଇଲଟ୍ ରୂପେ ମୁନି ଟିଗା, ସହକାରୀ ଲୋକପାଇଲଟ ରୂପେ ରାଜେଶ୍ବରୀ ବିଶ୍ବାଳ ଓ ଗାର୍ଡ ର ଦାୟିତ୍ବ ତଲେଇଥିଲେ ରେବତୀ ସିଂ ।

{"id":234859,"sizeSlug":"large"}

ମହିଳା ଟ୍ରେନ କର୍ମଚାରୀମାନଙ୍କ ପାଇଁ ପଲାସାଠାରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ପଲାସା ଷ୍ଟେସନଠାରେ ରନିଙ୍ଗ ରୁମର ବ୍ୟବସ୍ଥା କରାଯାଇଥିଲା I  ଏହି ତିନିଜଣ ମହିଳା ରେଳ କର୍ମଚାରୀଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଡିଭିଜନ ଗର୍ବ ଅନୁଭବ କରିବା ସହିତ ମହିଳା ମନଙ୍କ ଦକ୍ଷତାକୁ ସମାଜ ଆଗରେ ଉପସ୍ଥାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.