ଜବରଦଖଲ ଉଚ୍ଛେଦ ବେଳେ ପୁଲିସ ଉପରକୁ ଲଙ୍କାଗୁଣ୍ଡ ମାଡ଼ କଲେ ମହିଳା ବିକ୍ଷୋଭକାରୀ
12/02/2023 at 9:45 PM

ନୂଆଦିଲ୍ଲୀ: ଦିଲ୍ଲୀରେ କେନ୍ଦ୍ର ସରକାର ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ଉଚ୍ଛେଦ ବେଳେ ଦିଲ୍ଲୀର କିଛି ମହିଳା ବିକ୍ଷୋଭକାରୀ ପୁଲିସ ଉପରକୁ ଲଙ୍କାଗୁଣ୍ଡ ମାଡ଼ କରିଥିଲେ। ଏହି ଅଭିଯୋଗରେ ପୁଲିସ ମହିଳା ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।
ଉଚ୍ଛେଦ ପ୍ରକ୍ରିୟାରେ ମେହରଉଲି ଆର୍କୋଲୋଜିକାଲ ପାର୍କ ନିକଟରେ ଜବରଦଖଲ ହୋଇଥିବା ୧୨୦୦ ସ୍କୋୟାର ମିଟର ଜମି ପୁନରୁଉଦ୍ଧାର କରାଯାଇ ସାରିଲଣି। ଦିଲ୍ଲୀ ଡେଭଲପମେଣ୍ଟ ଅଥୋରିଟି କଡ଼ା ସୁରକ୍ଷା ବଳୟ ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି। ରବିବାର କିଛି ମହିଳା ବିକ୍ଷୋଭକାରୀ ଉଚ୍ଛେଦ ବେଳେ ପୁଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ। ସେମାନଙ୍କୁ ଅଟକ ରଖାଯାଇଛି।
ଦିଲ୍ଲୀରେ ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୨୦୨୨ ଡିସେମ୍ବର ୧୨ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ୧୦ ଦିନ ଭିତରେ ଉଚ୍ଛେଦ କରିବା ପାଇଁ କୁହାଯାଇଥିଲା। ହେଲେ ବିକ୍ଷୋଭ ଯୋଗୁ କାର୍ଯ୍ୟ ବିଳମ୍ବ ହେଉଛି।