ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବେଆଇନ୍‌ ମଦ ବିକ୍ରିକୁ ବିରୋଧ କରି ଅବକାରୀ ଥାନା ଘେରଉ କଲେ ମହିଳା

26/08/2022 at 8:37 PM

ପାଟଣା ୨୬/୦୮: ପ୍ରତି ଗାଁରେ ଚୋରା ମଦ ବିକ୍ରିକୁ ବିରୋଧ କରି ଶୁକ୍ରବାର ପାଟଣା ଅଞ୍ଚଳର ସ୍ଥାନୀୟ ମହିଳାମାନେ ପାଟଣା ଅବକାରୀ ଥାନା ଘେରଉ କରିଛନ୍ତି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ବାଇକଳା ପଞ୍ଚାୟତ ବାଲିତୋଟା ଗାଁର ମହିଳାମାନେ ମଦ ବିକ୍ରିକୁ ବିରୋଧ କରି ଏପରି କରିଛନ୍ତି। ସ୍ଥାନୀୟ ସରପଞ୍ଚ ହରିହର ନାଏକ ଓ ସମିତି ସଭ୍ୟା ରଜନୀ ଗନ୍ଧା ନାୟକଙ୍କ ନେତୃତ୍ୱରେ ଏହି ଘେରଉ କରାଯାଇଥିଲା।

ଏପରି ଅବାଧ ମଦ ବିକ୍ରିକୁ ବିରୋଧ କରି ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି। ଏନେଇ ସେମାନେ ପାଟଣା ଅବକାରୀ ଥାନାଧିକାରୀ ରମେଶ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲିତୋଟା ଗାଁରେ ଅବାଧ ମଦ ବିକ୍ରିକୁ ଗ୍ରାମର ମହିଳା ମାନେ ବିରୋଧ କରିବାରୁ ମଦ ମାଫିଆମାନେ ମହିଳାଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିଥିଲେ। ଫଳରେ ମହିଳାମାନେ ଉତ୍ୟକ୍ତ ହୋଇ ପାଟଣା ଅବକାରୀ ଥାନା ଘେରାଉ କରିଥିବା ଜଣାପଡ଼ିଛି।

   Related Posts