ଟାଙ୍ଗୀ ଥାନା କୋଟସାହି ପଞ୍ଚାୟତରେ ତେଜିଲା ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

Published By : Prameya-News7 Bureau | October 30, 2018 IST

କଟକ ୩୦|୧୦:  କଟକ ଜିଲ୍ଲା ଟାଙ୍ଗୀ ଥାନା କୋଟସାହି ପଞ୍ଚାୟତରେ ମଦ ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଛି। କିଛିଦିନ ତଳେ ସ୍ଥାନୀୟ   ହାଡୁଆ ସାହିର ଜଣେ ଯୁବକ ଅତ୍ୟଧିକ ମଦ୍ୟପାନ କରି ମୃତ୍ୟୁବରଣ କରିବା ପରେ ଏବେ ଏକାଠି ହୋଇଛନ୍ତି  ମହିଳା ।  ଟାଙ୍ଗୀ ଅଞ୍ଚଳର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ  ଏକାଠି ହୋଇ ମଦ ବୋତଲ ଭାଙ୍ଗିବା  ସହ ବିକ୍ରିକୁ ବିରୋଧ କରିଛନ୍ତି  । ତେବେ ଏନେଇ   ସ୍ଥାନୀୟ ଲୋକେ  ଚୌଦ୍ବାର ଅବକାରୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ  ଅଧିକାରୀ  ନୀରବ ରହିଛନ୍ତି ।  ଏହାର ପ୍ରତିବାଦରେ ମହିଳାମାନେ ଚୌଦ୍ବାର ଏସଡିପିଓଙ୍କୁ ଘେରାଉ କରିଥିଲେ। ମହିଳା ମାନେ ତିନି ଜଣ ମଦ ବିକାଳୀଙ୍କୁ ଧରି ପୋଲିସ ଜିମା ଦେବାସହ ଅନେକ ମଦ ବୋତଲକୁ ଥାନା ନିକଟରେ ଭାଙ୍ଗିଥିଲେ। ପୋଲିସ ୩ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ  ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.