scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଦ ବେପାରୀଙ୍କୁ ଛେଚିଲେ ମହିଳା

12/07/2018 at 5:41 AM

ଚାନ୍ଦବାଲି ବାଂଶଡା ଥାନା ଅନ୍ତର୍ଗତ ଧାମରା କରଣପଲ୍ଲୀ ପଂଚାୟତରେ ମଦ ବେପାରୀଙ୍କୁ ବହେ ଛେଚିଲେ ମହିଳା । ଭାଙ୍ଗିଦେଲେ ଗାଡ଼ି । ତଳେ ଫୋପାଡ଼ି ଦେଲେ ପେଟି ପେଟି ମଦ । ଘଟଣାସ୍ଥଳରେ ପୋଲିସ ଦେଖଣାହାରୀ ସାଜିଲା । ମେ ମାସରେ ଏହି ପଂଚାୟତରେ ଥିବା ସମସ୍ତ ମହିଳା ମଣ୍ଡଳ ଜିଲ୍ଲା ପ୍ରଶାସନ ତଥା ଅବକାରୀ ବିଭାଗକୁ ଲିଖିତ ଭାବରେ ଏହି ପଂଚାୟତରେ ଚୋରା ମଦ ବେପାରକୁ ବନ୍ଦ କରିବା ପାଇଁ ଜଣାଇଥିଲେ। ହେଲେ ଏହି ଚୋରା ମଦର ପ୍ରାର୍ଦୁଭାବରେ ଅତିଶୟ ହୋଇ ପଡିଥିଲେ ଏହି ମହିଳା ମଣ୍ଡଳ। ଗତକାଲି ସନ୍ଧ୍ୟା ୭ ଟା ସମୟରେ ଭଦ୍ରକରୁ ଏକ ବଲରୋ ଓଡି-22ଜି 1124 ଗାଡିରେ ବିପୁଳ ପରିମାଣରେ ମଦ ଧାମରା ଅଭିମୁଖେ ଯାଉଥିବା ସମୟରେ କରଣପଲ୍ଲୀ ଠାରେ ଥିବା ମହିଳା ମଣ୍ଡଳର ମହିଳା ମାନେ ଏହି ଗାଡିକୁ ଅଟକାଇ ମଦ ବେପାର ବନ୍ଦ କରିବାକୁ ଚେତାବନୀ ଦେବାପରେ ମଧ୍ୟ କାହିଁକି ମଦ ବେପାର ବନ୍ଦ କରୁନାହଁ ବୋଲି ପଚାରିଥିଲେ। ମାତ୍ର ସଂପୃକ୍ତ ଗାଡି ଚାଳକ ବେପରୁଆ ମନୋଭାବରେ ଏହି ମହିଳା ମାନଙ୍କୁ ଗାଳି ଦେଇଥିଲା। ଫଳରେ ଉପସ୍ଥିତ ଥିବା ଶତାଧିକ ମହିଳା ଏହି ଗାଡିର ଚାଳକକୁ ଅତର୍କିତ ଆକ୍ରମଣ କରିବା ସହ ମଦ ବୋଝେଇ ଗାଡ ଏବଂଏଥିିରେ ଥିବା ସମସ୍ତ ମଦ ପେଟୀ ଗୁଡିକୁ ଭାଙ୍ଗି ଦେଇଥିଲେ।

   Related Posts