ଇଭିଏମ ଅଚଳ ପରେ ପ୍ରିଜାଇଡିଂ ଅଫିସର ଅଚେତ, ଆମ୍ୱୁଲାନ୍ସରେ ଗଲେ ହସ୍ପିଟାଲ୍

Published By : Prameya-News7 Bureau | May 20, 2024 IST

ସୁନ୍ଦରଗଡ ୨୦/୦୫: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ୫ ଲୋକସଭା ଆସନ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଛି । 

ଏହିକ୍ରମରେ ସୁନ୍ଦରଗଡ଼ ପୌରାଞ୍ଚଳରେ ୨୧୧ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ମତଦାନ ବିଳମ୍ବ ହୋଇଥିଲ। ଏହାକୁ ନେଇ ସ୍ଥାନୀୟ ଲୋକେ ହୋହଲ୍ଲା କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ‌ଏହାକୁ ଦେଖି ଜଣେ ମହିଳା ପ୍ରିଜାଇଡିଂ ଅଫିସର ଭୟଭୀତ ହୋଇପଡ଼ିଥିଲେ। 

ଏମିତିକି ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୌରାଞ୍ଚଳର ୨୧୧ ନମ୍ବର ବୁଥରେ ଇଭି ଏମ ଅଚଳ ପରେ ଉତେଜନା ପ୍ରିଜାଇଡିଂ ଅଫିସର ମିନତି ମିଶ୍ର ଅଚେତ୍ ହୋଇପଡିଲେ । ସଂଗେ ସଂଗେ ତାଙ୍କୁ ଆମ୍ବୁଲାନ୍ସ ରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.