ବାନ୍ଧ କଳାର ସମ୍ବଲପୁରୀ କପଡାରେ ପଟ୍ଟଚିତ୍ର କଲେ ମହିଳା, ଦେଖିବାକୁ ମିଳିଲା ‘ଆଜାଦୀ କା ଅମୃତ ମହୋତ୍ସବ’ର ଝଲକ

Published By : Prameya-News7 Bureau | August 15, 2022 IST

ବିନିକା ୧୫: ଆଜାଦୀ କା ଅମୃତ ମହୋତ୍ସବ ଏବଂ ୭୬ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବିନିକା ସହରର ଶାନ୍ତିଲତା ମେହେର ବାନ୍ଧ କଳାର ଏକ ସମ୍ବଲପୁରୀ କପଡାରେ ପଟ୍ଟଚିତ୍ର ତିଆରି କରିଛନ୍ତି । ଦୀର୍ଘ ଏକ ମାସ ଧରି ପରିବାର ସଦସ୍ୟଙ୍କ ସହଯୋଗରେ ସେ ଏହି ଚିତ୍ର ତିଆରି କରିଛନ୍ତି । ସେଥିରେ ସେ ଆଜାଦୀ କା ଅମୃତ ମହୋତ୍ସବ, ସ୍ବାଧୀନତା ଦିବସ ଚିତ୍ରିତ କରିଥିବା ବେଳେ ଦେଶ ସ୍ବାଧୀନତା ସଂଗ୍ରାମରେ ଅବଦାନ ରଖିଥିବା ମହାପୁରୁଷଙ୍କ ଫଟୋ ଚିତ୍ର ଶୋଭା ପାଉଛି । ଏହା ସମସ୍ତଙ୍କୁ ମୁଗ୍ଧ କରୁଛି । ତାଙ୍କର ଏହି ବାନ୍ଧ କଳା ପ୍ରସ୍ତୁତି ଚିତ୍ର ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.