vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସେନାବାହିନୀର ବଡ ପଦକ୍ଷେପ: ପ୍ରଥମ ଥର ମହିଳାଙ୍କ ପାଇଁ ହେବ ଏହି ବଡ କାମ

23/07/2019 at 5:50 PM

ନୂଆଦିଲ୍ଲୀ ୨୩|୭: ମୋଦି ସରକାର ଏବେ ଦେଶର ମହିଳାଙ୍କ ପାଇଁ ଏକ ବଡ ଯୋଜନା କରିବାକୁ ଯାଉଛନ୍ତି। ମହିଳା ସଶକ୍ତିକରଣ ଉଦେଶ୍ୟ ରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ସେନାରେ ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବାର ଯୋଜନା ଚାଲିଛି। ଆର୍ମିରେ ସର୍ଟ ସର୍ଭିସ କମିସନ ଦ୍ବାରା ଆସିଥିବା ମହିଳାଙ୍କୁ ଖୁବ୍‌ ଶୀଘ୍ର ପର୍ମାନେଣ୍ଟ କମିଶନ ମିଳିବ। ଏହି ୧୦ଟି ବିଭାଗର ମହିଳାଙ୍କୁ ପର୍ମାନେଣ୍ଟ କମିଶନ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ କାମ ଚଲାଇଛନ୍ତି। ଏହି ବିଭାଗର ମହିଳାମାନଙ୍କୁ କେବଳ ୪ ବର୍ଷ ସର୍ଟ ସର୍ଭିସ କମିସନ ଦିଆଯାଇଥାଏ। ଜଜ୍‌ ଆଡଭୋକେଟ୍‌ ଜେନେରାଲ ଓ ଆର୍ମି ଏଜୁକେଶନ କର୍ପସ୍‌ଙ୍କ ପାଇଁ ପର୍ମାନେଣ୍ଟ କମିଶନ ଥାଏ।

ହେଲେ ଏବେ ଅନ୍ୟ ବିଭାଗରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବାର ପ୍ରକ୍ରିୟା ଚାଲିଛି।   ପର୍ମାନେଣ୍ଟ କମିଶନରେ ବଜେଟ୍‌, ଖର୍ଚ୍ଚ ଓ ପେନସନ୍‌ ମିଳିବ ବୋଲି ଆଶା କରାଯାଉଛି। ଏଥିରେ ମହିଳାମାନେ ୫୪ ବର୍ଷ ବୟସ ଯାଏଁ ଚାକିରୀ କରିପାରିବେ। ଏହି ୧୦ଟି ବିଭାଗରେ ସିଗନାଲ, ଏଭିଏଶନ, ଏଆର ଡିଫେନ୍ସ, ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଂଜିନିର, ଆର୍ମି ସର୍ଭିସ କୋର, ଅର୍ଡିନେନ୍ସ ଓ ଇଣ୍ଟେଲିଜେନ୍ସ ସାମିଲ ଅଛି। ଏହି ସବୁ ବିଭାଗରେ ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ମିଳିବ। ଏହା ସମଗ୍ର ଦେଶ ପାଇଁ ଏକ ଐତିହାସିକ ଘଟଣା ହେବ।



   Related Posts