ସାନିଟାରୀ ପ୍ୟାଡ ପାଇଁ ଏହି ଦେଶର ମହିଳାଙ୍କୁ କରିବାକୁ ପଡ଼ୁଥିଲା ଏପରି କାମ : ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Published By : Prameya-News7 Bureau | August 25, 2019 IST

ନାଇରୋବି ୨୫/୮: କେନିଆର କିକେନ୍ୟାରେ କିଭେରା ବସ୍ତି ରହିଛି ଯାହା ରାଜଧାନୀ ନାଇରୋବି ନିକଟରେ ଅବସ୍ଥିତ। ଏଠାକାର ଲୋକେ ଅତ୍ୟନ୍ତ ଦରିଦ୍ର। ଏଠାକାର ଲୋକେ ଆଜିକାଲି ମାର୍କେଟରେ ମିଳୁଥିବା ପ୍ରଡକ୍ଟ ବିଷୟରେ ଜାଣି ନାହାନ୍ତି। ଏମିତିକି ତାଙ୍କୁ ସ୍ବଚ୍ଛ ପାଣି ମଧ୍ୟ ମିଳିନଥାଏ।

{"id":148695}

ନିକଟରେ ଏକ ରିସର୍ଚ୍ଚରେ ଜଣା ପଡ଼ିଥିଲା ଯେ ଏଠାକାର ଝିଅମାନେ ଡ୍ରାଇଭରଙ୍କ ସହ ସେକ୍ସ କରିବାକୁ ବାଧ୍ୟ ହୋଇଥାଆନ୍ତି। ଯେତେବେଳେ ତାଙ୍କର ଋତୁସ୍ରାବ ହୋଇଥାଏ ତାଙ୍କ ପାଖରେ ପ୍ୟାଡ କିଣିବାକୁ ଟଙ୍କା ନଥାଏ।

{"id":148696}

ଏଠାକାର ଝିଅମାନେ ଡ୍ରାଇଭରଙ୍କ ସହ ସେକ୍ସ କରି ପ୍ୟାଡ କିଣିବାକୁ ଟଙ୍କା ଜମା କରିଥାଆନ୍ତି। ଏଠାକାର ଝିଅଙ୍କୁ ପାରିବାରିକ ସହଯୋଗ ମଧ୍ୟ ମିଳିନଥାଏ ଯାହା ଫଳରେ ସେମାନେ ସ୍ବର ଉତ୍ତୋଳନ କରି ପାରିନଥାଆନ୍ତି ଏବଂ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥାଆନ୍ତି।

{"id":148701}

ସର୍ଭେରୁ ଆଉ ଏକ କଥା ସାମନାକୁ ଆସିଥାଏ ଯେ କେନିଆର ୭ପ୍ରତିଶତ ମହିଳା ଏପରି ଅଛନ୍ତି ଯେଉଁମାନେ ମାସିକ ଧର୍ମ ସମୟରେ ସାନିଟାରୀ ପ୍ୟାଡ ବଦଳରେ ଖବରକାଗଜ,ପୁରୁଣା ଲୁଗା ଏବଂ କୁକୁଡ଼ା ପଙ୍ଖ ମଧ୍ୟ ବ୍ୟବହାର କରିଥାଆନ୍ତି।

{"id":148704}

ଏଠାକାର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ଯେ କେତେକ ଅଞ୍ଚଳର ଲୋକେ ଜାଣିନଥାଆନ୍ତି ଯେ ସାବୁନ କ’ଣ ପାଇଁ ବ୍ୟବହୃତ ହୋଇଥାଏ। ଏଠାରେ ସ୍ବଚ୍ଛ ପାଣି ଆଶା ତ କରାଯାଇପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.