ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋଡ଼ା ମୃତଦେହ, ହତ୍ୟା ସନ୍ଦେହ
24/01/2023 at 12:34 PM

ଟିଟିଲାଗଡ଼ ୨୪।୦୧ : ଜଙ୍ଗଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଘୁନସର ପଞ୍ଚାୟତ ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ସଇଁନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁଯାୟୀ, ମହିଳାଙ୍କୁ ଜାଳି ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଠୁରନିକାନି ଗାଁର ରତିନି ରଣା (୫୫ ବର୍ଷ)। ମହିଳାଙ୍କୁ କିଏ ଏବଂ କାହିଁକି ଜଙ୍ଗଲ ଭିତରେ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସଇଁନ୍ତଳା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023