ଗୁପ୍ତେଶ୍ୱରଙ୍କ ଦର୍ଶନ କରିବାକୁ ଯାଇ ମହିଳା ନିଖୋଜ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମୀଚାରୀ
20/12/2022 at 4:41 PM

ବୈପାରୀଗୁଡା, ୨୦/୧୨: ଗୁପ୍ତେଶ୍ୱରଙ୍କ ଦର୍ଶନ କରିବାକୁ ଯାଇ ଜଣେ ମହିଳା ନିଖୋଜ l ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ଠାରେ ଘଟିଛି l ନିଖୋଜ ମହିଳା ଜଣକ ନବରଙ୍ଗପୁର ଥାନା ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମର ଲବ ମହାପାତ୍ରଙ୍କ ପତ୍ନୀ ବାସନ୍ତୀ ମହାପାତ୍ର (୫୫ ବର୍ଷ) ବୋଲି ଜଣାପଡିଛି l ଗତ ରବିବାର ଦିନ ଲବ ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଇଥିଲେ।
ତେବେ ଗୁପ୍ତେଶ୍ୱରଙ୍କ ଦର୍ଶନ ପରେ ସେଠାରେ ରାତ୍ରୀଯାପନ କରିଥିଲେ। ସୋମବାର ଦିନ ସକାଳେ ବାସନ୍ତୀ ଶୈଚ ହେବା ନିମନ୍ତେ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ବାସନ୍ତୀ ନଫେରିବାରୁ ଶାବରୀ ନଦୀରେ କାଳେ ବୁଡ଼ି ଯାଇଥିବେ ଏହା ସନ୍ଦେହ କରି ତାଙ୍କ ସ୍ବାମୀ ଲବ ମହାପାତ୍ର ଆଖପାଖ ଅଞ୍ଚଳର ଲୋକଙ୍କ ସହ ଦିନ ତମାମ ଖୋଜା ଖୋଜି କରଥିଲେ । କିନ୍ତୁ କୌଣସି ପୋତ୍ତା ମିଳିଲା ନାହିଁ l ପରେ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଆଜି ରାମଗିରି ପୁଲିସ ଏବଂ ବୈପାରୀଗୁଡା ଅଗ୍ନିଶମ କର୍ମଚାରୀ ଗୁପ୍ତେଶ୍ୱର ପହଞ୍ଚି ନଦୀର ଉଭୟ ପାର୍ଶ୍ୱରେ ବାସନ୍ତୀଙ୍କୁ ଖୋଜା ଖୋଜି କରିଥିଲେ। କିନ୍ତୁ ନିଖୋଜ ମହିଳାଙ୍କ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନଥିବା ଜଣାପଡ଼ିଛି l