ଦିନ ଦି-ପହରେ ସ୍ଵାମୀଙ୍କୁ ବାନ୍ଧି ସ୍ତ୍ରୀକୁ କଲେ ଦୁଷ୍କର୍ମ, କହିବାରୁ ଗାଲରେ ମାରିଲେ ଥାପଡ଼

Published By : Prameya-News7 Bureau | January 11, 2019 IST

ମେରଠ ୧୧/୧- ମେରଠ କରନାଲ ହାଇଓ୍ଵେରେ ଦିନ ଦିପହରେ ଘଟିଛି ଅଭାବନୀ୍ୟ ଘଟଣା ।  ସ୍ଵାମୀ-ସ୍ତ୍ରୀ ବାଇକରେ ଯାଉଥିବା ସମୟରେ ଦୁବୃର୍ତ୍ତମାନେ ରାସ୍ତାରେ ଅଟକାଇ ଏଭଳି କାଣ୍ଡ କରିଥିବା ଜଣାଯାଇଛି ।

ମେରଠ କରନାଲ ଜାତୀୟ ରାଜପଥରେ ଦିନ ଦିପହରେ ଘଟିଛି ଏଭଳି ଅମାନବୀୟ ଘଟଣା । ସମୟ ଦୁଇଟା ପାଖାପାଖି,  ବିରବାର  ସେକ୍ଟ-୬ରେ ରହୁଥିବା ସ୍ଵାମୀ-ସ୍ତ୍ରୀ  ବାଇକରେ ଯାଉଥିଲେ । ରାସ୍ତାରେ ଯାଉଥିବା ସମୟରେ ସେମାନେ ବାଟ ଭୁଲିଯାଇଥିଲେ । ଏହି ସମୟରେ କର୍ଲଭଟ ଉପରେ ବସିଥିବା ୪ଜଣ ଯୁବକଙ୍କୁ ରାସ୍ତା ପଚାରିଥିଲେ ଦମ୍ପତି । କିନ୍ତୁ ଯୁବକମାନେ ରାସ୍ତା କହିବା ପରିବର୍ତ୍ତେ ମହିଳାଙ୍କୁ ଆଖୁ କିଆରୀ ଭିତରକୁ ନେଇ କରିଥିଲେ ଦୁଷ୍କର୍ମ । ତାଙ୍କ ସ୍ଵାମୀଙ୍କୁ ମଧ୍ୟ  ସେମାନେ ହାତଗୋଡ଼ ବାନ୍ଧି ଦେଇଥିଲେ ।

ମହିଳା ଓ ତାଙ୍କ ସ୍ଵାମୀ ଏହି ଘଟଣାକୁ ବିରୋଧ କରିବାରୁ ଉଭୟଙ୍କୁ ମାଡ଼ ମାରିଥିଲେ । ମହିଳାଙ୍କୁ ଜଣେ ପରେ ଜଣେ ଚାରିଜଣ ତାଙ୍କ ସ୍ଵାମୀଙ୍କ ଆଗରେ ଦୁଷ୍କର୍ମ କରିଥିଲେ ମଧ୍ୟ ସେ କିଛି କରିପାରି ନଥିଲେ ।

ସେହି ଆଖପାଖ ଗାଁର ଲୋକମାନେ ରାସ୍ତାରେ ଯାଉଥିବା ବେଳେ ତାଙ୍କ ସ୍ଵାମୀଙ୍କୁ ବନ୍ଧାହୋଇଥିବା ଦେଖିଥିଲେ । ତାଙ୍କୁ ଆସି ଉଦ୍ଧାର କଲାପରେ ୧୦୦ ହେଲ୍ପଲାଇନକୁ ଫୋନ କରି ଜଣାଇଥିଲେ । ପୋଲିସ ଏହି ଘଟଣାର ମାମଲା ରୁଜୁକରି ତଦନ୍ତ ଚାଲୁକରିଛି । ଅପରାଧୀମାନଙ୍କୁ ଗିରଫ କରିବାକୁ ବିଭିନ୍ନ ଆଡ଼େ ପୋଲିସ ଛାନଭିନ ଆରମ୍ଭ କରିଛି ।  

                                              

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.