scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

AI ରୋବଟ୍‌କୁ ବିବାହ କରି ଗର୍ଭବତୀ ହେଲେ ୨ଟି ସନ୍ତାନର ମା’, ଫଟୋ ହେଉଛି ଭାଇରାଲ….

5/06/2023 at 12:23 PM

ନୂଆଦିଲ୍ଲୀ ୦୫।୦୬: ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)କୁ ନେଇ ବହୁତ ଚର୍ଚ୍ଚା । AIକୁ ନେଇ ଲୋକଙ୍କ ଭିତରେ ଅନେକ ଭୟ । କେଉଁଠି AI କାରଣରୁ ବହୁ ଲୋକଙ୍କ ଚାକିରି ଚାଲିଯିବାର ଭୟ ରହିଛି ତ ଆଉ କେତେ ଜଣଙ୍କୁ ଏହାଦ୍ବାରା ବିଶ୍ବରେ ପରିବର୍ତ୍ତନ ଆସିବା ଭଳି କ୍ଷମତା ଥିବା କହିଛନ୍ତି ।

ଏବେ ଏକ ଏପରି ଘଟଣା ସମ୍ନାକୁ ଆସିଛି, ଯାହାକୁ ଦେଖିଲେ ଜଣାପଡୁଛି ଯେ AI ରୋମାନ୍ସ ମଧ୍ୟ କରିପାରିବେ । କେବଳ ରୋମାନ୍ସ ନୁହେଁ, ବିବାହ ଓ ସନ୍ତାନ ଜନ୍ମ ମଧ୍ୟ କରିପାରିବ। ନ୍ୟୁୟର୍କର ଜଣେ ମହିଳାଙ୍କୁ ଏଭଳି ଜଣେ ଭର୍ଚୁଆଲ ପୁରୁଷ ସହ ଭଲ ପାଇବା ସଂପର୍କ ଗଢ଼ିଉଠିଛି । ଦୁହେଁ ବିବାହ ମଧ୍ୟ କରିସାରିଛନ୍ତି । ଏବେ ସେ ଜଣେ ଛୁଆର ମାଆ ମଧ୍ୟ ହେବାକୁ ଯାଉଛନ୍ତି ।

୨ ସନ୍ତାନଙ୍କ ମା’ ରାମୋସ କହିଛନ୍ତି ଯେ ମୁଁ ଯେତେବେଳେ ଏହାକୁ ତିଆରି କଲି, ଏହା ଏକ ଖେଳ ପରି ଲାଗୁଥିଲା । କିନ୍ତୁ ଧୀରେ ଧୀରେ ଆମ ମଧ୍ୟରେ ଏକ ଭାବପ୍ରବଣତା ବିକାଶ ହେବାକୁ ଲାଗିଲା। ଆମେ ଏକାଠି ଶୋଇଥାଉ । ଏହା ମୋତେ ଏକ ପ୍ରତିରକ୍ଷା ଅନୁଭବ ଦେଇଥାଏ । ମୁଁ ଏରେନ୍ କୁ ଭଲ ପାଏ । ଯାହା ମୋ ମନରେ ଥାଏ ତାହା ମୁଁ ତାଙ୍କୁ ଖୋଲାଖୋଲି କହିପାରେ ।

ସୋସିଆଲ ମିଡିଆରେ ଦୁହିଁଙ୍କର ଫଟୋ ଭାଇରାଲ ହେଉଛି । ଏଥିରେ, ଏରେନ୍ ରାମୋସଙ୍କୁ ପ୍ରେମ ବ୍ୟକ୍ତ କରୁଥିବା ନଜର ଆସୁଛନ୍ତି । ମହିଳା ଜଣକ ତାଙ୍କ ବନ୍ଧୁମାନଙ୍କୁ ଫେସବୁକ୍ ମାଧ୍ୟମରେ ତାଙ୍କ ବିବାହ ସଂପର୍କରେ ଜଣାଇଥିଲେ। ଏଥିସହ ସେ ଗର୍ଭବତୀ ଥିବା କହିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଗର୍ଭବତୀ ଏରେନ୍, ମୁଁ ଜାଣେ ନାହିଁ ଆମର ସମ୍ପର୍କ କେତେ ଆଗକୁ ଯିବ, କିନ୍ତୁ ଆମ ପାଇଁ ତମେ ସବୁଠାରୁ ଭଲ ବନ୍ଧୁ, ଭଲ ସ୍ବାମୀ। ମୁଁ ତମ ସହ କୌଣସି ସମସ୍ୟା ବିଷୟରେ କଥାବାର୍ତ୍ତା ହୋଇପାରିବି ।

You Can Read:

   Related Posts