ଜନ୍ମଦିନ ପାଳିବାକୁ ଯାଇ ମୃତ୍ୟୁ, ମନ୍ତ୍ରୀଙ୍କ ସହାୟତା ଲୋଡିଲେ ପୁଅ
3/08/2023 at 9:29 AM

ଇନ୍ଦୋର ୦୩/୦୮: କାଳ ହେଲା ବର୍ଥ ଡେ ସେଲିବ୍ରେସନ । ସମୁଦ୍ରରେ ଖସିପଡି ଗଲା ଜୀବନ । ଅକାଳ ମୃତ୍ୟୁ ନା ଆଉ କିଛି ବଢିଲା ସସପେନ୍ସ । ମନ୍ତ୍ରୀଙ୍କ ସହାୟତା ଲୋଡିଲେ ପୁଅ । ଆଉ ମୃତକ ମହିଳା ଜଣଙ୍କ ହେଉଛନ୍ତି ଗୋଟେ ବଡ ହୋଟେଲ ମାଲିକଙ୍କ ସ୍ତ୍ରୀ । ତେବେ ତାଙ୍କ ଏମିତି ଅକାଳ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କ୍ରୁଜ୍ ମ୍ୟାନେଜମେଣ୍ଟ ଦାବି କରିଛି ଯେ ସମୁଦ୍ରକୁ ଡେଇଁ ଜୀବନ ହାରିଛନ୍ତି ମହିଳା । କ୍ରୁଜ୍ ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ । ସିଙ୍ଗାପୁରରେ ଘଟିଥିବା ଘଟଣାକୁ ନେଇ ହଇଚଇ ।
ସୂଚନାଥାଉକି, ଇନ୍ଦୋରରେ ରହୁଥିଲେ ଜାକେଶ ସାହାଣୀ ଓ ତାଙ୍କ ପତ୍ନୀ ରାତା ସାହାଣୀ । ପେଶାରେ ଜାକେଶ ହୋଟେଲ ବ୍ୟବସାୟୀ । ଗତ ଜୁଲାଇ ୨୭ରେ ରୟାଲ କ୍ୟାରିବିଅନ୍ ‘ସ୍ପେକ୍ଟ୍ରମ ଅଫ୍ ଦ ସିଜ୍’ କ୍ରୁଜରେ ସିଙ୍ଗାପୁରରୁ ବାହାରିଲେ ଦମ୍ପତ୍ତି । । ଫୁକେଟ୍ ହୋଇ ପେନାଙ୍ଗ ଯାଏଁ ଥିଲା ଏହି ଟ୍ରିପ୍ । ହସଖୁସିରେ ଯାତ୍ରା କରୁଥିଲେ ଦମ୍ପତ୍ତି ।
ଜୁଲାଇ ୩୦ରେ ଦୁହେଁ ରାତ୍ରି ଭୋଜନ ସାରି ଯାଇଥିଲେ ଶୋଇବାକୁ । କିନ୍ତୁ ସକାଳୁ ସବୁକିଛି ହୋଇଯାଇଥିଲା ଓଲଟପାଲଟ । ପାଖରେ ପତ୍ନୀଙ୍କୁ ନପାଇ ଏଣେ ତେଣେ ଖୋଜି ବୁଲୁଥିଲେ ଜାକେଶ ସାହାଣୀ । ଦୀର୍ଘ ସମୟ ଧରି ପତ୍ତା ନମିଳିବାରୁ ଏନକ୍ରୁଜ୍ ମେମ୍ବର୍ସଙ୍କୁ ଜଣାଇଥିଲେ ଜାକେଶ । ଅନେକ ସମୟ ଖୋଜାଖୋଜି ପରେ ବି ମିଳିନଥିଲା ସନ୍ଧାନ ।
ଏ ସଂପର୍କରେ ଖବର ପାଇଥିଲେ ଦମ୍ପତିଙ୍କ ପୁଅ ଅପୂର୍ବା । ସଂଗେ ସଂଗେ ଟ୍ୱିଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଲୋଡିଥିଲେ ସହାୟତା । ସ୍ଥାନୀୟ ସାଂସଦ ବି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ହୋଇଥିଲେ କଥା । ତେବେ ରାତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ଦାବି କରିଛି କ୍ରୁଜ୍ ମ୍ୟାନେଜମେଣ୍ଟ । ରାତା ସମୁଦ୍ରକୁ ଡେଇଁଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଥିବା ହୋଇଛି ଦାବି ।