ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ମହିଳା ଆଇପିଏଲ: ରୟାଲ୍‌ ଚ୍ୟାଲେଞ୍ଜର୍ସର ପଞ୍ଚମ ପରାଜୟ, ୬ ୱିକେଟ୍‌ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

14/03/2023 at 8:07 AM

ମୁମ୍ବାଇ,୧୩/୩: ମହିଳା ପ୍ରିମିୟର ଲିଗ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଲଗାତାର ପରାଜୟ । ସ୍ମୃତି ମନ୍ଧନାଙ୍କ  ନେତୃତ୍ତ୍ୱାଧୀନ ଦଳ କ୍ରମାନ୍ୱୟରେ  ପଞ୍ଚମ ମ୍ୟାଚ୍‌ ପରାସ୍ତ ହୋଇଛି । ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ ୱିକେଟ୍‌ରେ  ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଛି।

ଡବ୍ଲ୍ୟୁପିଏଲ୍‌ ମ୍ୟାଚ୍‌ରେ ପ୍ରଥମେ  ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୪  ୱିକେଟ୍‌ ହରାଇ ୧୫୦ ରନ୍‌ ସଂଗ୍ରହ  କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା ।  ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ  କ୍ୟାପିଟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରୟାଲ୍‌  ଚ୍ୟାଲେଞ୍ଜର୍ସର ଦୁଇ ଓପନର ସ୍ମୃତି  ମନ୍ଧନା ଓ ସୋଫି ଡିଭାଇନ୍‌ ପ୍ରାରମ୍ଭରୁ ବିଫଳ  ହୋଇଥିଲେ । ମନ୍ଧନା ୮ ଓ ସୋଫି ୨୧ ରନ କରି ଆଉଟ୍‌ ହୋଇଥିଲେ ।  ପ୍ରଥମ ୱିକେଟ୍‌ର ପତନ ପରେ ବ୍ୟାଟିଂ  କରିବାକୁ ଆସିଥିବା ଏଲିସ ପେରୀ  ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ  ଅର୍ଜନ କରିବା ଫଳରେ ଦଳୀୟ ସ୍କୋର ୧୫୦ରେ ପହଞ୍ଚିଥିଲା । ସେ ୫୨ଟି  ବଲ୍‌ରୁ ୪ଚୌକା ଓ ୫ଛକା ବଳରେ  ଅପରାଜିତ ୬୭ ରନ୍‌ କରିଥିଲେ ।  ସେହିପରି ହିଥର ନାଇଟ୍‌ ୧୧ ଓ ରିଚା ଘୋଷ ୧୬ଟି ବଲ୍‌ରୁ  ଦ୍ରୁତ ୩୭ ରନ ସଂଗ୍ରହ କରିଥିଲେ । ପେରୀ ଓ ରିଚାଙ୍କ  ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୭୪  ରନ୍‌ର ଭାଗିଦାରୀ ଗଠନ ହେବା  ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢୁଆ  ସ୍କୋର ସଂଗ୍ରହ କରିବାରେ ସଫଳ  ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ  ଶିଖା ପାଣ୍ଡେ ୩ଟି ୱିକେଟ୍‌ ଅକ୍ତିଆର  କରିଥିବାବେଳେ ଟାରା ନୋରିସ  ଗୋଟିଏ ୱିକେଟ ନେଇଥିଲେ ।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା ଦିଲ୍ଲୀ । ସେଫାଳି ବର୍ମା ଖାତା ଖୋଲିବା ପୂର୍ବରୁ  ମେଗାନ ସ୍କଟଙ୍କ ବଲ୍‌ରେ ବୋଲ୍ଡ  ହୋଇଥିଲେ । ଏହାପରେ  ବ୍ୟାଟିଂ କରିବାକୁ ଆସିଥିବା ଆଲିସ  କ୍ୟାପ୍‌ସୀ ଅପରାଜିତ ମେଗ ଲ୍ୟାନିଂଙ୍କ  ସହ ମିଶି ଦଳୀୟ ସ୍କୋରକୁ ୪୫ରେ  ପହଞ୍ଚାଇଥିଲେ । କ୍ୟାପ୍‌ସୀ ୨୪ଟି  ବଲ୍‌ରୁ ୮ଚୌକା ବଳରେ ୩୮ ରନ୍‌  ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ପରେ ଲ୍ୟାନିଂ ୧୫ ରନ୍‌ କରି  ପାଭିଲିୟନ ଫେରିଥିଲେ । ପରେ ଜେମିମା ରୋଡ୍ରିଗ୍ସ ଓ ମାରିଜାନ କାପ୍‌ ଲଢୁଆ ବ୍ୟାଟିଂ  କରି ଦଳୀୟ ସ୍କୋରକୁ ୧୦୯ରେ  ପହଞ୍ଚାଇଥିଲେ । ଶେଷ  ଓଭରରେ ଦଳକୁ ୯ରନ୍‌ ଆବଶ୍ୟକ  ହେଉଥିଲା । ୨ଟି ବଲ୍‌ରେ ଜନାସେନ ଗୋଟିଏ ଛକା ଓ  ଗୋଟିଏ ଚୌକା ମାରି ଦଳକୁ ବିଜୟୀ  କରାଇଥିଲେ ।

   Related Posts