ମହିଳା ଆଇପିଏଲ୍ରେ BCCI ମାଲାମାଲ୍, ୯୫୧ କୋଟିରେ ବିକ୍ରି ହେଲା ମିଡିଆ ରାଇଟ୍ସ
16/01/2023 at 3:03 PM

ମୁମ୍ବାଇ ୧୬।୦୧ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପାଇଁ ପୁଣି ଥରେ ଖୁସିର ଖବର । ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ମିଡିଆ ରାଇଟସରୁ ବିସିସିଆଇକୁ କୋଟି କୋଟି ଟଙ୍କାରେ ନିଲାମ କରିଛି । ଏହି ମିଡିଆ ରାଇଟସ୍କୁ Viacom 18 କମ୍ପାନୀ ଜିତିଛି । ବିସିସିଆଇ ସଚିବ ଜୟ ଶାହ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସେହିପରି ଜୟ ଶାହା ଟ୍ୱିଟ୍ କରି ଆହୁରି ମଧ୍ୟ ଲେଖିଛନ୍ତି ଯେ, Viacom 18 ମିଡିଆକୁ ସ୍ୱାଗତ କରୁଛି । ଆଗାମୀ ପାଞ୍ଚ ବର୍ଷ ପାଇଁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ମିଡିଆ ରାଇଟସ୍ ବିକ୍ରି ହୋଇଛି । ମାନେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ Viacom 18 ମିଡିଆ କମ୍ପାନୀ ଏହି ରାଇଟସ୍ ଜିତିଛି ।
Congratulations @viacom18 for winning the Women’s @IPL media rights. Thank you for your faith in @BCCI and @BCCIWomen. Viacom has committed INR 951 crores which means per match value of INR 7.09 crores for next 5 years (2023-27). This is massive for Women’s Cricket 🙏🇮🇳
— Jay Shah (@JayShah) January 16, 2023
ତେବେ ଆଗାମୀ ପାଞ୍ଚ ବର୍ଷ ପାଇଁ ବିସିସିଆଇ ମହିଳା ପ୍ରିମିୟର ଲିଗ୍ର ମିଡିଆ ରାଇଟସ ମୋଟ ୯୫୧ କୋଟିରେ ବିକ୍ରି କରିଛି । ମାନେ କହିବାକୁ ଗଲେ ପ୍ରତି ମ୍ୟାଚ୍ର ଦାମ୍ ୭.୦୯ କୋଟି ରହିବ । ସେହିପରି ପୁରୁଷ ଆଇପିଏଲ୍ ୨୦୨୩-୨୦୨୭ର ମିଡିଆ ରାଇଟସ ୪୮,୩୯୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଯାହାକି ବିଶ୍ୱକର ସବୁଠୁ ଅଧିକ ଦାମ୍ରେ ବିକ୍ରି ହୋଇଥିବା ମିଡିଆ ରାଇଟସ ବୋଲି କୁହାଯାଉଛି ।