ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3/10/2023 at 8:52 AM

କରଞ୍ଜିଆ ୦୩।୧୦ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଠାକୁରମାପାଟଣାରେ ଅଘଟଣ । ଭୁଜାଲି ମାଡ଼ରେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଠାକୁରମାପାଟଣା ଗାଁର ମାନୀ ପୀଙ୍ଗୁଆ ଓ ତାଙ୍କ ସ୍ଵାମୀ ଘରେ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ କେନ୍ଦୁଝର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ତେବେ ଭୁଜାଲି ମାଡ଼ ଯୋଗୁଁ ମହିଳାଙ୍କ ଅନ୍ତ ବୁଜୁଳା ବାହାରକୁ ବାହାରି ଆସିଥିବା ଜଣାପଡିଛି ।