ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ହକି ବିଶ୍ୱ କପରେ ଗୋଲ କରିବା ପରେ ପ୍ରେମିକକୁ କିସ୍ କଲେ ଖେଳାଳି, ବିବାହ ପାଇଁ ନିବେଦନର ଭିଡିଓ ଭାଇରାଲ

9/07/2022 at 9:04 PM

ନୂଆଦିଲ୍ଲୀ : ଫୁଟବଲ ଏବଂ କ୍ରିକେଟ ପଡିଆରେ ଖେଳାଳି ଦର୍ଶକଙ୍କ ଆଗରେ ନିଜ ଲଭରଙ୍କୁ କିସ୍ କିମ୍ୱା ପ୍ରେମ ନିବେଦନ କରିବା ଖବର ଶୁଣିଥିବେ । କିନ୍ତୁ ଏଥର ହକି ଷ୍ଟାଡିୟମରୁ ଏପରି ଏକ ଖବର ସାମନାକୁ ଆସିଛି । ଉଲ୍ଲେଖଯୋଗ୍ୟ ଯେ, ମହିଳା ହକି ବିଶ୍ୱ କପରେ ଗୋଲ କରିବା ପରେ ଜଣେ ଖେଳାଳି ସମସ୍ତଙ୍କ ଆଗରେ ନିଜ ପ୍ରେମିକକୁ କିସ୍ କରିବା ସହ ଆଣ୍ଟୁ ମାରି ପ୍ରପୋଜ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମହିଳା ହକି ବିଶ୍ୱ କପରେ ନେଦରଲାଣ୍ଡ ଏବଂ ଚିଲୀ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ପରେ ଏହି ଘଟଣା ଘଟିଥିଲା । ଚିଲୀ ଖେଳାଳି ଫ୍ରାନ୍ସିସ୍କା ତାଲା ନେଦରଲାଣ୍ଡ ବିପକ୍ଷରେ ଗୋଲ କରିବା ପରେ ନିଜ ପୁରୁଷ ବନ୍ଧୁଙ୍କୁ କିସ୍ କରିଥିଲେ ଏବଂ ପରେ ବିବାହ ପାଇଁ ନିବେଦନ କରିଥିଲେ।

ମ୍ୟାଚ୍ ପରେ ତାଲା ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ସେ ନିଜ ଟିମର ଅନ୍ୟ ଖେଳାଳିଙ୍କ ସହ ସର୍ତ ରଖିଥିଲେ ଯେ, ଯଦି ନିଦେରଲାଣ୍ଡ ବିପକ୍ଷରେ ଗୋଲ କରିବାରେ ସଫଳ ହୁଅନ୍ତି କେବେ ସେ ନିଜ ପ୍ରେମିକଙ୍କୁ ବିବାହ କରିବେ । ଶୁଣନ୍ତୁ କ’ଣ କହୁଛନ୍ତି ତାଲା…

   Related Posts