ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍‌  

Published By : Prameya-News7 Bureau | June 28, 2022 IST

ପଦ୍ମପୁର ୨୮/୦୬ : ଟାଙ୍ଗିଆରେ ହାଣି ଜଣେ ବିବାହିତା ମହିଳାଙ୍କୁ ହତ୍ୟା। ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ଥ ଗମ୍ଭାରିଡ଼ିହି ଗାଁରେ ଜଣେ ମହିଳା ନଳକୂପକୁ ପାଣି ଆଣି ଯାଇଥିବା ସମୟରେ ସେହି ଗାଁର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏ ପର୍ଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି  ତାହା ଜଣାପଡ଼ିନାହିଁ।

ସୂଚନା ମୁତାବକ ଗମ୍ଭାରୀ ଡ଼ିହି ଗାଁର ମଞ୍ଜୁଲତା ପଟେଲ ପାଣି ଆଣିବା ପାଇଁ ଘର ପାଖ ପାଣିକଳକୁ ଯାଇଥିଲେ। ପାଣିକଳ ପାଖରେ ସେହି ଗାଁର ଦେବାଶିଷ ବିଶ୍ୱାଳ ଗୋଟିଏ ଟାଙ୍ଗିଆ ଧରି ଛିଡା ହୋଇଥିଲା। ପାଣି ଟୋପେ ପାଇଁ ମଞ୍ଜୁଲତା ଓ ଦେବାଶିଷଙ୍କ ମଧ୍ୟରେ ବଚସା ହୋଇଥିଲା। ଏତିକିରେ ଦେବାଶିଷ ରାଗିଯାଇ ମଞ୍ଜୁଲତାକୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଛି। ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଂଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.