ପାଟଣା ୧୫/୧୧: ଗାଁରେ ବେଆଇନ ଭାଟି ମଦ ବିକ୍ରିକୁ ବିରୋଧ । ଯୁବକଙ୍କୁ ବିନା କାରଣରେ ରାତି ଅଧରେ ଉଠାଇ ଆଣିଲା ପୋଲିସ ପ୍ରତିବାଦରେ ତୁରୁମୁଙ୍ଗା ଥାନା ଘେରିଲେ ମହିଳା । ଗାଁରେ ବେଆଇନ ଭାଟି ମଦ ବିକ୍ରିକୁ ପ୍ରତିବାଦ କରିବାରୁ ଭାଟି ମାଲିକଙ୍କ ପ୍ରବଚନାରେ କଣ୍ଟିଆପଡା ଗ୍ରାମର ନିର୍ଦ୍ଦୋଷ ଯୁବକଙ୍କୁ ବିନା କାରଣରେ ଉଠାଇବା ପ୍ରତିବାଦରେ ତାତିଛନ୍ତି ଲୋକେ ।
ବିଳମ୍ବିତ ରାତିରେ ତୁରୁମୁଙ୍ଗା ପୋଲିସ ଉଠାଇ ଆଣିବାରୁ କଣ୍ଟିଆପଡା ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ପ୍ରତିବାଦରେ ତୁରୁମୁଙ୍ଗା ଥାନା ଘେରାଉ କରିଛନ୍ତି । ସୂଚନା ଥାଉକି, ଯେ ପାଟଣା ବ୍ଲକ କଣ୍ଟିଆପଡ଼ା ଗ୍ରାମରେ କିଛିଦିନ ତଳେ ଚାଲିଥିବା ବେଆଇନ ଭାବରେ ଭାଟି ମଦ ବନ୍ଦ କରିବା ପ୍ରତିବାଦରେ ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଚାଢ଼ାଉ କରିଥିଲେ ।
ମଦ ବ୍ୟବସାୟରେ ନିୟୋଜିତ ଏକ ଗାଡ଼ି ଓ ପ୍ରଚୁର ପରିମାଣରେ ମହୁଲି ମଦକୁ ଜବତ କରିଥିଲେ । ତେବେ ମହିଳା ମାନେ ମଦ ଭାଟିରେ ଚଢାଉ କରିଥିବାରୁ ଉଦ୍ଦେଶ୍ୟ ମୂଳକ ଭାବରେ ମଦ ମାଫିଆଙ୍କ ପ୍ରରଚୋନାରେ କଣ୍ଟିଆ ପଡ଼ା ଗ୍ରାମର ଶରତ କୁମାର ବେହେରାଙ୍କୁ ପୋଲିସ ଉଠାଇ ଆଣିଥିବା ପ୍ରତିବାଦ ଏବଂ ନିର୍ଦ୍ଦୋଷ ଯୁବକଙ୍କୁ ଛାଡିବା ଦାବିରେ ମହିଳା ମାନେ ତୁରୁମୁଙ୍ଗା ଥାନା ଘେରାଉ କରିଛନ୍ତି l