ଦେଶୀ ମଦ ଦୋକାନ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

Published By : Prameya-News7 Bureau | December 18, 2019 IST

ସୁବର୍ଣ୍ଣପୁର ୧୮।୧୨: ସୁବର୍ଣ୍ଣପୁର ଜିଲ୍ଲା  ତରଭା ବ୍ଲକ୍ ଅନ୍ତର୍ଗତ ମରାଡୁଗୋଛା ଗାଁରେ ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ଦାବି ହୋଇଛି । ଗାଁରେ ଚାଲିଥିବା ଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରି ଜିଲ୍ଲାପାଳ ଅଫିସ ଘେରିଛନ୍ତି ମହିଳାମାନେ  । ଗାଁର  ମହିଳା ସ୍ବୟଂ ସହାୟକ ଦଳ ସଭାନେତ୍ରୀ ସେବତୀ ଭୋଇଙ୍କ ନେତୃତ୍ବରେ ସଭ୍ୟମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ବେଆଇନ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି ଗତ ପ୍ରାୟ ୨୦ ଦିନ ପୂର୍ବରୁ ମହିଳାଙ୍କ ଦାବିକୁ ଜିଲ୍ଲା ଅବକାରୀ ବିଭାଗ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଗାଁରେ ବେଆଇନ ଭାବେ କିଛି ମଦ ବେପାରି ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି । ଫଳରେ ଗାଁରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏପରିକି ଚୋରି ବଢୁଥିବା ବେଳେ ଗଣ୍ଡଗୋଳ ହେଉଥିବା ତାଙ୍କ ଦାବି ପତ୍ରରେ ଦର୍ଶାଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ମହିଳାଙ୍କୁ ପ୍ରତିଶ୍ରୁତି ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଏଯାଏଁ ନେଇନାହିଁ । ମହିଳାମାନେ ତାଙ୍କ ଦାବି ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.