ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଫଗାନିସ୍ତାନ ଛାଡିଲା ମହିଳା ଫୁଟବଲ ଦଳ, ପରିବାର ସହ ୭୫ଜଣିଆ ଦଳ ଗଲେ ଅଷ୍ଟ୍ରେଲିଆ

25/08/2021 at 8:26 AM

ନୂଆଦିଲ୍ଲୀ ୨୫।୦୮: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶରେ ମହିଳା କ୍ରୀଡ଼ାର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ମହିଳା ଫୁଟବଲ ଦଳ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ପରିବାର ସହ ୭୫ଜଣିଆ ଦଳ ଆଫଗାନିସ୍ତାନ ମହିଳା ଫୁଟବଲ ଖେଳାଳି ଦେଶ ଛାଡ଼ି ଅଷ୍ଟ୍ରେଲିଆ ପଳାଇ ଯାଇଛନ୍ତି।

ଖେଳାଳି ସଫଳତାର ସହିତ କାବୁଲରୁ ଉଦ୍ଧାରକାରୀ ବିମାନ ଯୋଗେ ସ୍ଥାନାନ୍ତରିତ ହେବାରେ ସଫଳ ହୋଇଛନ୍ତି। ବିଶ୍ବ ଫୁଟବଲ ଫ୍ଲେୟାର୍ସ ୟୁନିୟନ, ଏଫଆଇଏଫପିଆରଓ ଆଫଗାନିସ୍ତାନ ମହିଳା ଫୁଟବଲ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର ନେଇ ଅଷ୍ଟ୍ରେଲିଆ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଦେଶରେ ମହିଳା କ୍ରୀଡ଼ାବିତ୍ ମାନଙ୍କ ଭବିଷ୍ୟତକୁ ନେଇବିଶ୍ବ ଫୁଟବଲ ଫ୍ଲେୟାର୍ସ ୟୁନିୟନ ଓ ଅନ୍ତର୍ଜାତୀୟ ସମୁଦାୟକୁ ଆଫଗାନିସ୍ତାନ ମହିଳା କ୍ରୀଡ଼ାବିତ୍ ଅବଗତ କରାଇଥିଲେ। ୨୦୦୭ରେ ଆଫଗାନିସ୍ତାନ ମହିଳା ଫୁଟବଲ ଦଳ ଗଠନ କରା ଯାଇଥିଲା।

ମହିଳାମାନେ କ୍ରୀଡ଼ାକୁ ଆସିବା ନେଇ ତାଲିବାନ ବିରୋଧ କରି ଆସୁଥିବା ବେଳେ ରାଜନୈତିକ ନିୟମ ଆଧାରରେ ମହିଳା କ୍ରୀଡ଼ାବିତ୍ ଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ପ​ରେ ମହିଳା କ୍ରୀଡ଼ାବିତ୍ ମାନେ ଚିନ୍ତାରେ ପଡ଼ିଥିଲେ। ମହିଳା କ୍ରୀଡ଼ାବିତ୍ ମାନଙ୍କୁ ଫେସବୁକ୍ ରୁ ଫଟୋକୁ ହଟାଇବା ପାଇଁ ନିର୍ଦେଶ ଦିଆ ଯାଇଥିଲା। କିଛି ଦିନ ହେବ ଆମେ ଭୟଭୀତ ଓ ଚିନ୍ତାରେ ରହିଥିଲୁ। ଆମେ ବଡ ସଫଳତା ପାଇଛୁ ବୋଲି ମହିଳା ଫୁଟବଲ ଦଳ ଅଧିନାୟିକା ଖାଲିଦା ପୋପାଲ କହିଛନ୍ତି।

   Related Posts