oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଦ୍ଧାର ବେଳେ ଦୁର୍ଘଟଣା, ୧୫୦୦ ଫୁଟ୍ ଉଚ୍ଚରୁ ତଳେ ପଡି ମହିଳାଙ୍କ ମୃତ୍ୟୁ, ଡରାଉଛି ଭିଡିଓ

12/04/2022 at 4:08 PM

ନୂଆଦିଲ୍ଲୀ ୧୨।୪:  ଝାଡଖଣ୍ଡରେ ଦେବଘର ରୋପୱେରେ ଫସି ରହିଥିଲା ଲୋକଙ୍କ ଉଦ୍ଧାରକାର୍ଯ୍ୟ ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଟ୍ରଲିର କ୍ୟାବିନରୁ ଏୟାରଲିଫ୍ଟ କରାଯିବା ସମୟରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଶୋଭା ଦେବୀ ଏବଂ ସେ ଦେବଘର ଝୋଁସାଗଢୀ ବାସିନ୍ଦା ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ତ୍ରିକୁଟ ପର୍ବତ ରୋପୱେର ଟ୍ରଲି ନମ୍ୱର ୭ରୁ ହେଲିକପ୍ଟର ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଥିଲା। ଏହି ସମୟରେ ଜଣେ ମହିଳା ହେଲିକପ୍ଟରରୁ ତଳେ ପଡିଯାଇଥିଲେ। ଗରୁଡ କମାଣ୍ଡର ଯବାନମାନେ ତାଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରିବା ସମୟରେ ଏଭଳି ଅଘଟଣ ଘଟିଥିଲା। ମହିଳାଙ୍କୁ ହେଲିକପ୍ଟରରେ ଉପରକୁ ନେବା ପରିବର୍ତ୍ତି କୌଣସି କାରଣରୁ ତଳକୁ ଓହ୍ଲା ଯାଉଥିଲା। ଏହି ସମୟରେ କୌଣସି କାରଣରୁ ଦଉଡି ଛିଡି ଯାଇଥିଲା। ଶେଷରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ।

ମିଡିଆ ରିପୋର୍ଟ ଅନୁସାରେ ମହିଳାଙ୍କ ଓଜନ ଅଧିକ ଥିବା କାରଣରୁ ଦଉଡି ଛିଡି ଯାଇଥିଲା। ଫଳରେ ମହିଳା ଜଣଙ୍କ ୧୫୦୦ ଫୁଟ ଉଚ୍ଚରୁ ପାହାଡର ତଳେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୋମବାର ଉଦ୍ଧାରକାର୍ଯ୍ୟ ବେଳେ ଜଣେ ଯୁବକ ହେଲିକପ୍ଟରରୁ ପ୍ରାୟ ୨ ହଜାର ଫୁଟ ଉଚ୍ଚରୁ ତଳେ ପଡିଯାଇଥିଲେ।   

   Related Posts