ସମାଜସେବା ଓ ସ୍ୱାବଲମ୍ବୀ : ମାସ୍କ ତିଆରି କରି ଦିନକୁ ୫ଶହ ରୋଜଗାର କରୁଛନ୍ତି ମହିଳା

Published By : Prameya-News7 Bureau | April 21, 2020 IST

ଅମରାବତି ୨୧।୦୪: କରୋନା ପରି ମହାମରୀରୁ ନିଜକୁ ରୋକିବା ହେଲେ ମାସ୍କ ଓ ସାମାଜିକ ଦୂରତା ରଖିବା ପାଇଁ ନିଷ୍ପତ୍ତି ନିଆଯାଇଠି । ତେବେ ଏହିପରି କ୍ଷେତ୍ରରେ ମାସ୍କର ଆବଶ୍ୟକତା ରହିଛି । ମାସ୍କ ଅଭାବ ପରିସ୍ଥିତିକୁ ସଜାଡିବା ପାଇଁ ବିଭିନ୍ନ ରାଜ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ଆଗେଇଛନ୍ତି । କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟର ୧୬ କୋଟି ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବା ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) । ଏସ୍‌ଏଚ୍‌ଜି ସଦସ୍ୟମାନେ ମାସ୍କ ତିଆରି କରି ଦିନକୁ ୫୦୦ ଟଙ୍କା ରୋଜଗାର କରୁଛନ୍ତି ।

ରାଜ୍ୟର ପତ୍ୟେକ ନାଗରିକଙ୍କୁ ୩ଟି ମାସ୍କ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଏଭଳି କ୍ଷେତ୍ରରେ ରାଜ୍ୟର ମହିଳାମାନଙ୍କୁ ରୋଜଗାର ମିଳିଛି । କରୋନା ଲକ୍‌ଡାଉନ୍‌ ମଧ୍ୟରେ ପାରିବାରିକ ସମସ୍ୟା ବଢ଼ିଛି । ଆୟ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିବାବେଳେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ଏହି ଘଡିସନ୍ଧି ମୁହୁର୍ତ୍ତରେ ନିଜ ନିଜ ପରିବାରବର୍ଗଙ୍କ ପାଇଁ ସହାୟକ ହୋଇଛନ୍ତି ।

ମାସ୍କ ପିଛା ମହିଳାମାନେ ୩ ଟଙ୍କା ୫୦ ପଇସା ପାଉଛନ୍ତି । ଏହି କାର୍ଯ୍ୟରେ ନିୟୋଜିତ ୪୦,୦୦୦ ମହିଳା ପ୍ରତ୍ୟେକ ଦିନକୁ ୫୦୦ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ଜଗନ ମୋହନ ରେଡ୍ଡି କହିଛନ୍ତି ଯେ, ଠିକାଦାରମାନଙ୍କୁ ମାସ୍କ ଅର୍ଡର ଦେବା ବଦଳରେ ଆମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏ କାର୍ଯ୍ୟରେ ସାମିଲ କରିଛୁ। ଏହା ଦ୍ୱାରା ସେମାନେ କିଛି ରୋଜଗାର କରିପାରିବେ ଏବଂ ନିଜ ନିଜ ପରିବାରଙ୍କୁ ସହାୟକ ହୋଇପାରିବେ । ମାସ୍କ ତିଆରି ପାଇଁ ଆବଶ୍ୟକୀୟ କପଡ଼ା ଆପ୍‌କୋଠାରୁ ସଂଗ୍ରହ କରାଯାଉଛି । ୧୬ କୋଟି ମାସ୍କ ପ୍ରସ୍ତୁତ କରିବା ପାଇଁ ୧.୫୦ କୋଟି ମିଟର କପଡା ଲୋଡା ।

ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ମିଟରରୁ ଊଦ୍ଧ୍ୱର୍ କପଡା ସଂଗ୍ରହ କରାଯାଇଛି । ରବିବାର ଦିନ ୭.୨୮ ଲକ୍ଷ ମାସ୍କ ପ୍ରସ୍ତୁତ ହୋଇଥିଲା । ୪ରୁ ୫ ଦିନ ମଧ୍ୟରେ ଏସ୍‌ଏଚ୍‌ଜିଗୁଡିକ ଦୈନିକ ମାସ୍କ ଉତ୍ପାଦନକୁ ୩୦ ଲକ୍ଷକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି । କରୋନା ହଟ୍‌ସ୍ପଟ୍‌ଗୁଡିକରେ ପ୍ରଥମେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହା ପରେ ଅନ୍ୟ ସ୍ଥାନରେ ଏଗୁଡିକୁ ଯୋଗାଈ ଦିଆଯିବ ବୋଲି ଅଧିକାରୀଜଣକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.