WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ମଶାନକୁ ସାଥୀକରି ମୁକ୍ତି ପଥର ଅନ୍ତିମ ସହାୟିକା ସାଜିଛନ୍ତି ଲକ୍ଷ୍ମୀ, ପରିବାର ପୋଷିବାକୁ କରୁଛନ୍ତି ଶବଦାହ

1/10/2023 at 6:00 PM

ବାରିପଦା 1/10 : ଭୋକର ଜ୍ୱାଳା ଆଗରେ କାଟୁନି ଶ୍ମଶାନ ଜୁଇର ତାତି। ପରିବାର ପାଇଁ ମହିଳା ଆପଣେଇଛନ୍ତି ପୁରୁଷ ବୃତ୍ତି। ଶ୍ମଶାନକୁ ସାଥୀକରି ମୁକ୍ତି ପଥର ଅନ୍ତିମ ସହାୟିକା ସାଜିଛନ୍ତି ଲକ୍ଷ୍ମୀ।  ବାରିପଦା ବାରୁଣୀଘାଟ ଶ୍ମଶାନକୁ ଯିଏ ଯାଇଛି ତାଙ୍କୁ ଦେଖିଛି। ଜଣେ ମହିଳା ହୋଇ ମଧ୍ୟ ଶବଦାହ ଭଳି ପୁରୁଷ ପ୍ରଧାନ ବୃତ୍ତିରେ ଦିନରାତି କାମ କରୁଥାନ୍ତି ଶବଦାହିକା ଲକ୍ଷ୍ମୀ ଜେନା।  ନା ରାତି କୁ ଡରଥାଏ ନା ବର୍ଷାପବନକୁ ଖାତିର। ଭୂତ ପ୍ରେତ କଥା କହିଲେ ହସରେ ଉଡେଇ ଦିଅନ୍ତି। ଦିନକୁ ହାରାହାରି ୩ ରୁ  ୪ଟି ଶବଦାହ କରି ଗତ ୧୪ ବର୍ଷ ଧରି ସେ ୧୫ହଜାର ରୁ ଅଧିକ ଶବଦାହ କରି ସାରିଲେଣି। ଶବଦାହ ବେଳେ ସେ ନା ଦେଖନ୍ତି ସମୟ ନା ଜାତି ନା ଧର୍ମ। ନିଜ ୭ପ୍ରାଣୀ କୁଟୁମ୍ବ ପୋଷିବାକୁ ସେ ନିଜ ସ୍ୱାମୀଙ୍କ ଏହି କର୍ମକୁ ଖୁସି ରେ ଆପଣେଇ ନେଇଛନ୍ତି। କେମିତି ବା କରିବେନି ପରିବାର ଚିନ୍ତା ଓ ପରିସ୍ଥିତି ତାଙ୍କୁ ଏମିତି କରିବାକୁ କରିଚି ବାଧ୍ୟ। ସ୍ୱାମୀ ଅଧିକାଂଶ ସମୟରେ ନିଶାଗ୍ରସ୍ତ ରହୁଥିବାରୁ ନିଜ ୫ଛୁଆ ଓ ସ୍ୱାମୀଙ୍କ ପରିବାରକୁ ପୋଷିବାକୁ ଶବଦାହ ପରି କାମକୁ ନିଜ ହାତକୁ ନେଇଛନ୍ତି ଲକ୍ଷ୍ମୀ।

ଲକ୍ଷ୍ମୀଙ୍କ ଜୀବନ କଟେ ଶ୍ମଶାନ ଭିତରେ। ସକାଳୁ ଉଠି ପୂରା ଶ୍ମଶାନକୁ ଝାଡୁମାରି ପରିଷ୍କାର କରିବାରେ ତାଙ୍କ ଦିନର ଆରମ୍ଭ ହୁଏ। ଏମିତି କହିବାକୁ ଗଲେ ସେଇଟା ତାଙ୍କ ଘର ପରି।  ତା’ରି ଭିତରେ ଦୈନନ୍ଦିନ କାର୍ଯ୍ୟ, ରୋଷେଇ, ୫ଛୁଆ ଓ ସ୍ୱାମୀଙ୍କ ଦାୟିତ୍ୱ ସବୁକିଛି। ସେଥିରେ ପୁଣି ଦାହ ସଂସ୍କାର ଲାଗି ଶବ ଆସିଗଲେ ନିଜକାମ ଛାଡି ଏକାଏକା ଲାଗିଯାନ୍ତି ଶବଦାହ ରେ। ତାଙ୍କ ସାହସ ଓ ଦାୟିତ୍ୱକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ଲୋକେ।

ତେବେ ଆଜିର ଆକାଶଛୁଆଁ ଦରଦାମର ଦୁନିଆରେ ସେ ପାଉଥିବା ସ୍ୱଳ୍ପ ଦରମାରେ ଚଳିବା କଷ୍ଟକର ହୋଇପଡ଼େ। ତେଣୁ ଟିକିଏ ଦରମା ବଢେଇବା ଲାଗି ଅନୁରୋଧ କରିଛନ୍ତି  ଲକ୍ଷ୍ମୀ। ନହେଲେ ଘର ଚଳିବ କେମିତି।  ଲକ୍ଷ୍ମୀଙ୍କ ଗୁହାରୀକୁ ସେବାସଙ୍ଘ ସଂସ୍ଥା ବାରିପଦା ପୌରପରିଷଦର ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଆକାରରେ ଜଣାଇଥିଲେ। ଏନେଇ ପୌର ପରିଷଦ ପକ୍ଷରୁ ପ୍ରତିଶ୍ରୁତି ବି ମିଳିଛି।  ସୌନ୍ଦର୍ଯ୍ୟକରଣ ସହିତ ଲକ୍ଷ୍ମୀଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇ ପାରିବ ବୋଲି କହିଛନ୍ତି ପୌରାଧ୍ୟକ୍ଷ।

Also Read- ହାତରେ ଚକ୍‌ ଡଷ୍ଟର ବଦଳରେ ହାଣ୍ଡି ଚଟୁ, ପାଚିକା ନାହାଁନ୍ତି ବୋଲି ରୋଷେଇ କରୁଛନ୍ତି ଶିକ୍ଷୟିତ୍ରୀ

ହଜାର ହଜାର ଲୋକଙ୍କ ଜୀବନର ଶେଷଯାତ୍ରାରେ ସବୁ ଦୁଃଖକଷ୍ଟ ସହି ସାଙ୍ଗରେ ଛିଡା ହୁଅନ୍ତି ଲକ୍ଷ୍ମୀ। ହେଲେ ତାଙ୍କ ପରିବାର ଆଜି ବଞ୍ଚୁଛି ଅଭାବ ଓ ଅନଟନ ଭିତରେ।  ମାସିକ ତାଙ୍କୁ ଚଳିଲା ଭଳି ଦରମା ଦିଆଯାଇ ପାରିଲେ ତାଙ୍କ ଭଳି ଜଣେ କର୍ମଯୋଗିନୀଙ୍କ ଜୀବନ ଆଉଟିକେ ସହଜ ହୋଇ ପାରନ୍ତା।

   Related Posts