suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ବିନା ଦରମାରେ ୭ ଘଣ୍ଟାରୁ ଅଧିକ ସମୟ ଘରୋଇ କାମ କରୁଛନ୍ତି ମହିଳା, ପୁରୁଷ ତିନି ଘଣ୍ଟାରୁ ବି କମ୍: ଗବେଷଣାରୁ ମିଳିଲା ତଥ୍ୟ

12/02/2023 at 7:28 PM

ନୂଆଦିଲ୍ଳୀ, ୧୨/୦୨: ଦେଶର ଅଧିକାଂଶ ମହିଳା ବିନା ଦରମାରେ ଘରୋଇ କାମ କରିବାରେ ଅଧିକ ସମୟ ବିତାଉଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଆଇଆଇଏମ ଅହମଦାବାଦର ପ୍ରଫେସରଙ୍କ ଦ୍ବାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ୧୫ ରୁ ୬୦ ବର୍ଷର ବୟସ ବର୍ଗର ମହିଳା ବିନା ଦରମାରେ ଘରୋଇ କାମ କରୁଥିବା ପୁରୁଷଙ୍କ ତୁଳନାରେ ଅଧିକ ସମୟ କାମ କରୁଛନ୍ତି।

ରିସର୍ଚ୍ଚ ଅନୁଯାୟୀ ପୁରୁଷ ୨.୮ ଘଣ୍ଟା କାମ କରୁଥିବାବେଳେ ମହିଳା ୭.୨ ଘଣ୍ଟା କାମ କରୁଛନ୍ତି। ଟାଇମ୍ ନ୍ୟୁଜ୍ ସର୍ଭେ ଆଧାରରେ କୁହାଯାଇଛି ଯେ ମୁଲ ଲାଗି ରୋଜଗାର କରୁଥିବା ମହିଳା ଘରର ସଫେଇ, ରୋଷେଇ ଏବଂ ଯତ୍ନ ନେବା ଭଳି ଆବଶ୍ୟକୀୟ କାମକୁ ପୂରଣ କରିବାରେ ପୁରୁଷଙ୍କ ତୁଳନାରେ ଘରୋଇ କାମରେ ଦୁଇଗୁଣା ସମୟ ଖର୍ଚ୍ଚ କରୁଛନ୍ତି।

ଆଇଆଇଏ ଅହମଦାବାଦର ପ୍ରଫେସର ନମ୍ରତା ଚିନ୍ଦାରକରଙ୍କ ଅନୁଯାୟୀ, ’ଟାଇମ୍‌ ୟୁଜ୍ ଡାଟା: ଏ ଟୁଲ୍‌ ଫର ଜେଣ୍ଡର୍‌ ପଲିସି ଆନାଲିସିସ୍‌’ ଦ୍ବାରା ପ୍ରଥମ ଏହା ଜାଣିବାକୁ ମିଳିଛି ଭାରତରେ ମହିଳା ଘରୋଇ କାମ ଉପରେ କେତେ ସମୟ ଖର୍ଚ୍ଚ କରୁଛନ୍ତି। ହାରାହାରି ଭାରତୀୟ ମହିଳା ନିଜର ଦୈନିକ ସମୟରୁ ୭.୨ ଘଣ୍ଟା ଖର୍ଚ୍ଚ କରିଥାନ୍ତି। ଯେତେବେଳେକି ଏଭଳି କାମ ପାଇଁ ପୁରୁଷ ୨.୮ ଘଣ୍ଟା ଖର୍ଚ୍ଚ କରିଥାନ୍ତି ବୋଲି କହିଛନ୍ତି ନମ୍ରତା ଚିଦାରକର।

ପ୍ରଫେସର ଚିଦାରକର କହିଛନ୍ତି ଲିଙ୍ଗଗତ ଅସମାନତାର ଯାଞ୍ଚ କରିବା ପାଇଁ ଏକ ଉପକରଣ ରୂପରେ ଏହି ରିସର୍ଚ୍ଚ ବେଶ୍‌ ଉପଯୋଗୀ। ସେ କହିଛନ୍ତି ଯେ ୟୁରୋପରେ କରାଯାଇଥିବା ହାର୍ମୋନାଇଜ୍ଡ ଟାଇମ ୟୁଜ୍‌ ସର୍ଭେ ଉପରେ ଆଧାରିତ ଅଧ୍ୟୟନରୁ ଜଣାପଡ଼ିଛି ଯେ ଟାଇମ ୟୁଜ୍ ବିଭିନ୍ନ ଗତିବିଧିରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମୟ ଆବଣ୍ଟନକୁ ବୁଝିବାରେ ସହାୟକ ହୋଇଛି। ଏହି ଅଧ୍ୟୟନରୁ ବିଶେଷ ଭାବରେ ଜଣାପଡ଼ିଛି ଦେଶରେ ମହିଳା ଘରର ମୌଳିକ କାମ ଯେମିତିକି ସଫେଇ, ରୋଷେଇ କରିବା ଏବଂ ପିଲାଙ୍କ ଯତ୍ନ ଭଳି କାମ କରିବାରେ ଅଧିକ ସମୟ ବିତାଇଥାନ୍ତି।

ପ୍ରଫେସର ଚିଦାରକର ଆହୁରି କହିଛନ୍ତି ୨୦୧୯ରେ ଏନଏସଏସଓ ଦ୍ବାରା ଆୟୋଜିତ ଟିୟୁଏସ ଭାରତ ପାଇଁ ପ୍ରଥମ ରାଷ୍ଟ୍ରୀୟ ସମୟ ଉପଯୋଗ ସର୍ବେକ୍ଷଣ। ଏଥିରେ ଆହୁରି ଜଣା ପଡ଼ିଛି ଯେ ଶ୍ରମିକ ଭାବରେ କାମ କରୁଥିବା ମହିଳା ମଧ୍ୟ ମୂଲ ଲାଗୁଥିବା ପୁରୁଷଙ୍କ ତୁଳନାରେ ଅବୈତନିକ ଘରୋଇ କାମରେ ଦୁଇଗୁଣା ସମୟ ବିତାଉଥାନ୍ତି। ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ମହିଳାଙ୍କ ତୁଳନାରେ ପୁରୁଷ ପ୍ରତିଦିନ ରୋଜଗାର ପାଇଁ ପ୍ରାୟ ୧୫୦ ମିନିଟ୍‌ରୁ ଅତିରିକ୍ତ ଖର୍ଚ୍ଚ କରିଥାନ୍ତି।

ପ୍ରଫେସର ଚିଦାରକର କହିଛନ୍ତି ଜାଣିବାକୁ ମିଳିଥିଳା ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଖରେ ଫୁରସତ ମଧ୍ୟ ୨୪ ପ୍ରତିଶତ କମ୍ ଥାଏ। ଏହାର ବିପରୀତ ବେତନ ପାଉଥିବା ପୁରୁଷ, ବେତନ ପାଉଥିବା ମହିଳାଙ୍କ ତୁଳନାରେ ୭୨ ପ୍ରତିଶତ ଅଧିକ କାମ କରିବାର ସମ୍ଭାବନା ରହିଛି ଯାହା ପ୍ରଶଂସନୀୟ ହୋଇପାରେ।

   Related Posts