ରାମ ନବମୀ ପାଇଁ ଭଦ୍ରକରେ ବିଶାଳ କଳଶ ଶୋଭାଯାତ୍ରା; ସାମିଲ୍ ହେଲେ ଶତାଧିକ ମହିଳା
28/03/2023 at 6:22 PM

ଭଦ୍ରକ ୨୮/୦୩: ଭଦ୍ରକରେ ଐତିହାସିକ ରାମ ନବମୀ ପୂର୍ବରୁ ବିଶାଳ କଳସ ଶୋଭାଯାତ୍ର ଆୟୋଜିତ ହୋଇଛି। ଭଦ୍ରକ ସହରର ଗାନ୍ଧୀ ପଡ଼ିଆରେ ଥିବା ଯଜ୍ଞମଣ୍ଡପ ପାଖରୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏହି ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ୫ହଜାର୧ କଳସ ନେଇ ମହିଳା ଶ୍ରଦ୍ଧାଳୁମାନେ ଯଜ୍ଞ ସ୍ଥଳୀରୁ କଳସ ନେଇ ଶୋଭାଯାତ୍ରାରେ ବାହାରି ଥିଲେ।

ପରେ ସାଳନ୍ଦୀ ନଦୀର ସାହାପୁର ଘାଟରୁ ଜଳ ନେଇ ବନ୍ତ ଛକ ଦେଇ ସହର ପରିକ୍ରମା କରି ଗାନ୍ଧୀ ପଡ଼ିଆକୁ ଫେରିଥିଲେ। କଳସ ଆସିବା ପରେ ଶ୍ରୀ ରାମ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଶୋଭାଯାତ୍ରରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ସମ୍ଭାବ୍ୟ ଦୁର୍ଘଟଣାକୁ ଆଡ଼େଇବା ପାଇଁ ନଦୀ ଘାଟ ପାଖରେ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ହୋଇଥିଲେ। ଶ୍ରଦ୍ଧାଳୁ ମହିଳାମାନଙ୍କର ଏହି କଳଶ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସରିଛି ବୋଲି ମହାଯଜ୍ଞ ସମିତି ପକ୍ଷରୁ ସୂଚନା ଦିଆଯାଇଛି।