ଓଡିଶାକୁ ଫେରୁଥିଲେ ପ୍ରବାସୀ ମହିଳା, ରାସ୍ତାରେ କଲେ ପ୍ରସବ

Published By : Prameya-News7 Bureau | May 03, 2020 IST

ଭଦ୍ରକ, ୦୩|୦୫:  ରାଜ୍ୟ ସରକାର ଏବେ ସମସ୍ତ ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରି ଆସିବାକୁ ସୁଯୋଗ ଦେଉଛନ୍ତି । ତେବେ  ସୁରତରୁ ଫେରୁଥିବା ବେଳେ ଜଣେ ମହିଳା ବସରେ ହିଁ ପ୍ରସବ କରିଛନ୍ତି । ଏବେ ମା ଓ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ,  ପ୍ରବାସୀ ଓଡ଼ିଆ ମହିଳାଜଣଙ୍କ ବସରୁ ରାଜ୍ୟକୁ ଫେରୁଥିଲେ । ବସଟି ସୁରଟର କାଡୋଦରାରୁ ଭଦ୍ରକ ଆସୁଥିଲା। ସେ ତାଙ୍କ  ସ୍ୱାମୀଙ୍କ ସହ  ସୁରତରୁ ଫେରୁଥିଲେ । ତେବେ ମୁମ୍ବାଇର ନାଗପୁରଠାରେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା । ପ୍ରସବ ବେଦନା ଅସହ୍ୟ ହେବାରୁ ବସରେ ଥିବା ଅନ୍ୟ ମହିଳା ରାସ୍ତା କଡରେ ମହିଳାଙ୍କ ପ୍ରସବ କରାଇଥିଲେ । ଏହାପରେ  ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.