ଜଳେଶ୍ୱର ୨୧।୦୪ : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବଡ଼ମନ୍ଦାରୁଣି ଗାଁରେ ଅଘଟଣ । ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଜାନିଆ ମିର୍ଦ୍ଧା । ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍ ।
ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ବଡମନ୍ଦାରୁଣି ଗାଁର ଜାନିଆ ମିର୍ଦ୍ଧା ନାମକ ୫୫ବର୍ଷର ମହିଳା । ପରିବାରର କେହି ନଥିବାରୁ ବାପ ଘରେ ରହି ଭିକ୍ଷାବୃତି କରି ପେଟ ପୋଷୁଥିଲେ । ଗତ ୩ ଦିନ ତଳେ ସେ ନିଖୋଜ ଥିଲେ । ରବିବାର ସକାଳ ସମୟରେ ଗାଁରେ ଥିବା ଚନ୍ଦନ ପୋଖରୀରେ ମହିଳାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ତୁରନ୍ତ କମର୍ଦା ଥାନା ଓ ଭୋଗରାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବଟିକୁ ପାଣିରୁ ଉଦ୍ଧାର କରିଥିଲେ । କମର୍ଦା ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।