ଗତ ସଂଧ୍ୟାରୁ ନିଖୋଜ ଥିଲେ ମହିଳା, ଅବ୍ୟବହୃତ କୂଅରୁ ମିଳିଲା ମୃତଦେହ

Published By : Prameya-News7 Bureau | February 10, 2024 IST

ସୋନପୁର ୧୦।୦୨ : ଅବ୍ୟବହୃତ କୂଅରୁ ମହିଳାଙ୍କ ମୃତଦେହ ଠାବ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ହିଲୁଙ୍ଗ ଗାଁର ଶୋଭା ଭୋଇ ବୋଲି ଜଣାପଡିଛି ।

wp:embed {"url":"https://www.prameyanews7.com/head-master-arrest-by-vigilance/","type":"wp-embed","providerNameSlug":"prameya-news-7"}
https://www.prameyanews7.com/head-master-arrest-by-vigilance/
/wp:embed

ଖବର ଅନୁଯାୟୀ, ହିଲୁଙ୍ଗ ଗତ ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସୂଚନା ମିଳିନଥିଲା।ଶେଷରେ ଶନିବାର ଦିନ ଗାଁ ନିକଟରେ ଥିବା ଏକ ଅବ୍ୟବହୃତ କୂଅରେ ତାଙ୍କ ମୃତଦେହ ଭାସୁଥିବାର କିଛି ଲୋକ ଦେଖିଥିଲେ । ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରିଛନ୍ତି । ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

wp:embed {"url":"https://www.prameyanews7.com/ab-de-villiers-apologize-for-his-false-statement-on-virat-and-anushka/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ab-de-villiers-apologize-for-his-false-statement-on-virat-and-anushka/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.