scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ

5/12/2023 at 3:56 PM

କୋଣାର୍କ ୦୫/୧୨: ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଉଛନ୍ତି ଅନିତା ସ୍ବାଇଁ । ଅନିତାଙ୍କ ବାପଘର କୋଣାର୍କ ଯଦୁପୁରରେ । ୭ ବର୍ଷ ତଳେ କୋଣାର୍କ ଥାନା ଅନ୍ତର୍ଗତ ରାଉଳ ପାଟଣାର ନିରଞ୍ଜନ ସ୍ବାଇଁକୁ ବିବାହ କରିଥିଲେ ।

ସୋମବାର ରାତିରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । କଳହ ପରେ ବିଳମ୍ୱିତ ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟର କାରଣ କଣ ତା ଏବେ ରହସ୍ୟ ଘେରରେ ରହିଛି । ମୃତ ମହିଳାଙ୍କ ବାପଘର ପକ୍ଷରୁ କୋଣାର୍କ ଥାନାରେ ଏତଲା ହେବା ପରେ କୋଣାର୍କ ପୋଲିସ ପ୍ରାଥମିକ ସ୍ତରରେ ସ୍ଵାମୀକୁ ଅଟକରଖି ତଦନ୍ତ ଚଳାଇଛି ।

ମୃତ ମହିଳାଙ୍କ ବାପା ସନ୍ତୋଷ କୁମାର ମୁଦୁଲିଙ୍କ ଅଭିଯୋଗ ଅନୁଯାୟୀ ଝିଅକୁ ନିଶାସକ୍ତ ଅବସ୍ଥାରେ ଜ୍ୱାଇଁ ମାରି ଦେଇଛି । ସେପଟେ ସ୍ୱାମୀ ନିରଞ୍ଜନ ସ୍ଵାଇଁ ସ୍ତ୍ରୀ ଅନିତା ସ୍ଵାଇଁ ଆତ୍ମହତ୍ୟା କରିଥିବା ପୋଲିସ୍ ଆଗରେ ବୟାନ ଦେଇଛି । ସାଇଣ୍ଟଫିକ୍ ଟିମ୍ ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରି ପଞ୍ଚାନନ ପରିଡା ସୁଚନା ଦେଇଛନ୍ତି।

   Related Posts