ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ !

Published By : Prameya-News7 Bureau | January 25, 2020 IST

ତେଲକୋଇ ୨୫।୦୧: ପାରିବାରିକ କଳହର କରୁଣ ପରିଣତି । ସାତ ଜନମକୁ ସାଥୀ କରି ହାତ ଧରିଥିବା ସ୍ବାମୀ ଶେଷରେ ସାଜିଲା ହତ୍ୟାକାରୀ । କେନ୍ଦୁଝର ଥାନା ଖୁଣ୍ଟାପଡ଼ା ପଞ୍ଚାୟତ ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସ୍ବାମୀ । ମୃତକଙ୍କ ନାମ ଶାନ୍ତ ଜୁଆଙ୍ଗ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ଚଦନ୍ତ ଆରମ୍ଭ କରିଛି ।

{"id":215729,"sizeSlug":"large"}

ମଧୂସୁଦନପୁର ଗାଁରେ ପ୍ରଶ୍ନ ଜୁଆଙ୍ଗ ଓ ତାଙ୍କ ସ୍ତ୍ରୀ ଶାନ୍ତି ଜୁଆଙ୍ଗ ରହିଆସୁଥିଲେ । କିନ୍ତୁ ଶନିବାର ଦିନ ସକାଳ ସମୟରେ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇତିଲା । ଦେଖୁ ଦେଖୁ ଯୁକ୍ତିତର୍କ ଅତି ଭୟଙ୍କ ହୋଇଯାଇଥିଲା । ଏହି ଝଗଡାରେ ସ୍ବାମୀ ପ୍ରଶ୍ନ ଜୁଆଙ୍ଗ ଅତ୍ୟନ୍ତ ଭାବେ ରାଗିଯାଇଥିଲା । ଘରେ ଥିବା ଠେଙ୍ଗାରେ ନିଜ ସ୍ତ୍ରୀକୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଦେଇଛି ସ୍ବାମୀ ପ୍ରଶ୍ନ ଜୁଆଙ୍ଗ । ହତ୍ୟାକାଣ୍ଡ ପରେ ସ୍ବାମୀ ଘଟଣାସ୍ଥଳରୁ ଫେରାର ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦଘନା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.