ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | July 11, 2024 IST

ଚଣ୍ଡିଖୋଲ ୧୧।୦୭ : ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ । ଯାଜପୁର ଜିଲ୍ଲା ବୈରୀ ଥାନା ସୋଲର ବାଇପାସ ରାସ୍ତା ନିକଟରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଖବର ଅନୁଯାୟୀ, ଗୁରୁବାର ସକାଳୁ ସକାଳୁ ଗାଁରେ କିଛି ଲୋକ ସୋଲର ବାଇପାସ ଦେଉ ଯାଉଥିଲେ। ଏହି ସମୟରେ ରାସ୍ତାକଡ଼ରେ ଏକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ବୈରୀ ଥାନା ପୋଲିସକୁ ଖବର ଦେଇଥିଲେ । ବୈରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ମୃତ ମହିଳାଙ୍କ ନାମ ମମତା ଦେହୁରୀ, ତାଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡିଛି । ସେ ଛତିଆ ଇଛାନଗର ପାଟଣା ନିକଟ ମୁଣ୍ଡାସାହିର ପୀତାମ୍ବର ଦେହୁରୀଙ୍କ ଝିଅ ବୋଲି ଜଣାପଡିଛି । ମୃତକଙ୍କ ଏକ ୫ ବର୍ଷର ଝିଅ ରହିଛି । ମମତା  ଏଣେ ତେଣେ ମୂଳ ମଜୁରୀ ଲାଗି ଚଳୁଥିବା ପୋଲିସ ସୂଚନା ଦେଇଛନ୍ତି । ଅନ୍ୟପଟେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.