ଗାଁ ପଡିଆରେ ପଡିଛି ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | February 22, 2024 IST

ବଲାଙ୍ଗିର ୨୨।୦୨ : ଗାଁ ପଡିଆରେ ପଡିଛି ମହିଳାଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା କେସେରକେଲା ଗାଁ ପଡିଆରେ ପଡିଛି ମହିଳାଙ୍କ ମୃତଦେହ । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ପୁଇଁତଳା ଥାନା କେସେରକେଲା ଗାଁ ପଡିଆରେ ଜଣେ ମହିଳାଙ୍କ  ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ମୃତଦେହ ପଡିଥିବା ନେଇ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଛାନ୍‌ଭିନ୍ ଜାରି ରଖିଛି । ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି।

wp:embed {"url":"https://www.prameyanews7.com/rajnath-singh-in-berhmapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajnath-singh-in-berhmapur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.