ଟ୍ରେନରେ କଟି ମହିଳା ମୃତ, ପରିଚୟ ଅସ୍ପଷ୍ଟ

Published By : Prameya-News7 Bureau | December 15, 2019 IST

ବାଲେଶ୍ବର ୧୫|୧୨: ବାଲେଶ୍ୱର ଜିଲ୍ଲା ବସ୍ତା ଅମର୍ଦା ରୋଡ ରେଳଷ୍ଟେସନ ମଧ୍ୟବର୍ତ୍ତୀ ନରଙ୍ଗାବଦ୍ ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିଚୟ ଅସଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ , ଆଜି ବୃଦ୍ଧାଜଣଙ୍କ ରେଳ ଧାରଣାରୁ କୋଇଲା ଗୋଟାଉଥିଲେ। ସେହି ସମୟରେ ଏକ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ସେଠାରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.