ବାଣପୁରରେ ମହିଳାଙ୍କ ମୃତ୍ୟୁ, ବଧୂହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
24/05/2023 at 5:43 PM

ଟାଙ୍ଗୀ ୨୪।୫: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବଧୂ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ଲୋକେ । ମୃତ ମହିଳା ଜଣଙ୍କ ହେଉଛନ୍ତି ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ । ବାଣପୁର ନିକଟସ୍ଥ ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ କିଛି ବର୍ଷ ପୂର୍ବେ ନରେନ୍ଦ୍ରପୁର ଗ୍ରାମର କନ୍ଧ ବାରିକଙ୍କ ପୁଅ ସମୀର ବାରିକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଅଛନ୍ତି ।

ପୁଷ୍ପାଞ୍ଜଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଏବଂ ବାଣପୁର ମେଡିକାଲରେ ଚିକିତ୍ସା କରାଯାଉଥିବା ବାପଘର ଲୋକଙ୍କୁ ଖବର ଦିଆଯାଇଥିଲା । ପରେ ପରେ ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା । ତେବେ ପୁଷ୍ପାଞ୍ଜଳିଙ୍କ ପରିବାରବର୍ଗ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ପୁଷ୍ପାଞ୍ଜଳିଙ୍କୁ ତା’ଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରିଛନ୍ତି । ବାଣପୁର ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି ।