ଧାନ ବିଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | March 04, 2019 IST

ଢେଙ୍କାନାଳ ୪|୩ : ଧାନ ବିଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । କଙ୍କଡାହାଡ ଥାନା ଡଙ୍ଗାପାଳ ଗାଁ ନିକଟସ୍ଥ ଧାନ ବିଲରୁ ମିଳିଛି ମୃତଦେହ । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":90568}

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଡଙ୍ଗାପାଳ ଗାଁ ନିକଟସ୍ଥ ଧାନ ବିଲରୁ ମହିଳାଙ୍କ ମୃତଦେହ ମିଳିଛି । ମହିଳାଙ୍କ ଦେହରେ ପୋଷାକ ନାହିଁ । ତାଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

{"id":90569}

ଘଟଣାସ୍ଥଳଠାରୁ ୨୦ ମିଟର ଦୂରରେ ଥିବା ବୁଦା ମୂଳରୁ ମହିଳାଙ୍କ ଲୁଗା, ଚପଲ, ହେୟାର କ୍ଲିପ୍ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କଙ୍କଡାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.